ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ : ଛୁରାମାଡ଼ରେ ନାବାଳକ ମୃତ, ଜଣେ ଗୁରୁତର

ନବରଙ୍ଗପୁର, ୧୫/୧୦ : ନବରଙ୍ଗପୁର ସହରରେ ଭସାଣି ବେଳେ ଗୋଷ୍ଠି ସଙ୍ଘର୍ଷ। ସୋମବାର ବିଳମ୍ଵିତ ରାତିରେ ଗୋଷ୍ଠି ସଙ୍ଘର୍ଷ ବେଳେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

ସୂଚନାନୁଯାୟୀ, ସୋମବାର ବିଳମ୍ବିତ ନବରଙ୍ଗପୁର ସହରରେ ଭସାଣି ଚାଲିଥିବା ବେଳେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦଣ୍ଡାସି ସାହି, ସୌରାସାହି ଓ ବଡ଼ହରିଜନ ସାହିର ପିଲାମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥିରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଟାଉନ ଥାନା ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି। ମୃତ ନାବାଳକ ଦଣ୍ଡାସି ସାହିର କିରଣ ଗାଦବା ହୋଇଥିବା ବେଳେ ଅନ୍ୟ ଗୁରୁତର ଆହତ ନାବାଳକ ହେଲେ ସେହି ସାହିର ତେଜାବ ହରିଜନ। ତେବେ କେଉଁ କାରଣରୁ ଛୁରାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.