ଭୁବନେଶ୍ଵର, ୨୮/୧୧ : ଆବାସ ଘର ଲାଗି ନିଜ ପାଇଁ ନିଜେ ସର୍ଭେ କରିବେ ଲୋକେ। କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି। ଖୋଜିଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ। ପ୍ରକୃତ ହିତାଧିକାରୀ ଘର ପାଇବେ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ନିଜେ ଯୋଗ୍ୟ କି ନୁହେଁ ତାହା ଲୋକମାନେ ନିଜେ ସର୍ଭେ କରିବେ। ଏହା ସହ ଆସନ୍ତା ଡିସେମ୍ବର ମାସରେ ଗାଁ ଗାଁରେ କ୍ୟାମ୍ପ କରାଯିବ।ଲୋକମାନେ ଏହି କର୍ମଶାଳାରେ ଯୋଗଦେବେ। ଏହା ସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ଭିତରେ ସର୍ଭେ କରାଯିବ। ଏହି ଅବଧି ଭିତରେ ତାଲିମ ସହ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ଚେକ୍ କରିପାରିବେ।