ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : କାର୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାଜଧାନୀରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ଉପରକୁ ଆକ୍ରମଣ, ଜଣେ ଆହତ

Published By : Anindita Ratha | November 28, 2024 1:35 PM

ନୂଆଦିଲ୍ଲୀ,୨୮/୧୧:ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ଉପରକୁ ଆକ୍ରମଣ । ରେଡ୍ ବେଳେ ହୋଇଛି ଆକ୍ରମଣ। ଫଳରେ ଜଣେ ଆଡିଶନାଲ୍ ଡାଇକ୍ଟେର ସ୍ତରର ଜଣେ ଅଧିକାରୀ ଆହତ ହୋଇଛନ୍ତି । ତେବେ ରାଜଧାନୀର ବିଜୱାସନ ଅଞ୍ଚଳରେ ସାଇବର ଠକେଇ ମାମଲାର ଯାଞ୍ଚ କରିବାକୁ ଯାଇଥିବା ଇଡି ଅଧିକାରୀଙ୍କ ଉପରେ କିଛି ଅଜଣା ବ୍ୟକ୍ତି ଆକ୍ରମଣ କରିଥିଲେ। ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଏକ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ,  ଦିଲ୍ଲୀ ବିଜୱାସନ ଅଞ୍ଚଳରେ ସାଇବର ଠକେଇ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟର ଏକ ଟିମ୍ ରେଡ୍ କରିବା ସମୟରେ ଆକ୍ରମଣର ଶିକାର ହୋଇଥିଲା । ଏହି ମାମଲା PPPYL ସାଇବର ଆପ୍ ଠକେଇ ମାମଲା ସହ ଜଡ଼ିତ । ଏହି ମାମଲାରେ ଅଭିଯୁକ୍ତ ଅଶୋକ ଶର୍ମା ଏବଂ ତାଙ୍କ ଭାଇଙ୍କ ଠିକଣାରେ ରେଡ୍ ଜାରି ରହିଥିଲା । ଏହି ସମୟରେ ଇଡି ଉପରକୁ ଆକ୍ରମଣ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ଚେୟାର ଜବତ କରିଥିଲା । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଅତିରିକ୍ତ ନିର୍ଦ୍ଦେଶକ ସ୍ତରର ଅଧିକାରୀମାନେ ଆହତ ହୋଇଥିଲେ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.