ହରଭଙ୍ଗା,୨୫/୦୬(ଚିତ୍ତରଞ୍ଜନ ସିଂହ): ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ବାର୍ହା ମାଂସ ଖାଉଥିବର ରିଲ୍ ବନାଇ ଛାଡ଼ିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ବୌଦ୍ଧ ଜିଲ୍ଲା ଗନ୍ଦିସର୍ ଗାଁର ୨୦ ବର୍ଷୀୟ ଯୁବକ ବିକ୍ରମ ନାୟକଙ୍କୁ ଗିରଫ କରିଛି ବୌଦ୍ଧ ବନ ବିଭାଗ ।
ସୂଚନା ମୁତାବକ, ବାରହା ମାଂସ ଖାଉଥିବା ସମୟରେ ଇନଷ୍ଟାଗ୍ରାମରେ ରିଲ୍ ବନାଇ ସେହି ଭିଡିଓକୁ ପୋଷ୍ଟ କରିଥିଲେ ବିକ୍ରମ ନାୟକ ।ଏନେଇ ଦେଖିବା ପରେ ବୌଦ୍ଧ ବନଖଣ୍ଡ ଅଧିକାରୀ ସଙ୍ଗେ ସଙ୍ଗେ ଉକ୍ତ ଯୁବକକୁ ଅଟକ ରଖିଥିଲେ । ମାଧପୁର ରେଞ୍ଜ୍ କାର୍ଯ୍ୟାଳୟକୁ ଆଣି ସେଠାରେ ତାଙ୍କୁ ପଚରାଉଚରା କରିଥିବା ବେଳେ ଏହି ଘଟଣାରେ ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଶିକାରୀମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି । ଅନ୍ୟପଟେ, ଏଭଳି ଭୁଲ୍ ଆଉ କେବେ କରିବେ ନାହିଁ ବୋଲି ଯୁବକ ଜଣକ ଭୁଲ ସ୍ୱୀକାର କରି ଏକ ଭିଡିଓ କରିଛନ୍ତି ।