ଜହ୍ନ।ପଙ୍କ, ୧୯/୬: ବୌଦ୍ଧ ବ୍ଲକ ପଦ୍ମନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ ଖଲିଗାଁ ଗ୍ରାମର ଗାଁ ସାଥୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ଗୁରୁବାର ଗ୍ରାମବାସୀ ଜିଲ୍ଲାପାଳ ଓ ବୌଦ୍ଧ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗ୍ରାମବାସୀ କରିଥିବା ଅଭିଯୋଗ ଅନୁଯାୟୀ ଗାଁ ସାଥୀ ଥିବା ଜଣେ ମହିଳା ମନରେଗା କାର୍ଯ୍ୟରେ ସହଯୋଗ କରୁନଥିବା ହେତୁ ଶ୍ରମିକ ମାନେ ହଇରାଣ ହେବା ସହ ମନରେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି l ଅନ୍ୟ ଜଣେ ଗାଁ ସାଥୀ ବିବାହ କରି ଦୀର୍ଘ ୧୦/୧୨ ବର୍ଷ ହେଲା ଶାଶୁ ଘରେ ରହୁଛନ୍ତି। ଫଳରେ ମନରେଗା କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା। ସେଥିପାଇଁ ଗ୍ରାମବାସୀ ପଲିସଭା ଜରିଆରେ ଗ୍ରାମର ବିଜୟ ରଣାଙ୍କୁ ୨୦୨୨ ମସିହାରୁ ଗାଁ ସାଥୀ ମନୋନୀତ କରିଥିଲେ । ସମ୍ପୃକ୍ତ ମହିଳା ଗାଁ ସାଥୀ ଙ୍କୁ ବାଦ ଦେଇ ଅନ୍ୟ ବିକଳ୍ପ ମାଧ୍ୟମରେ ମନରେଗା ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପାଇଁ ଗ୍ରାମବାସୀ ଜିଲ୍ଲାପାଳ ଓ ବିଡ଼ିଓଙ୍କ ନିକଟରେ ଦାବି କରିଛନ୍ତି। ତୁରନ୍ତ ଏହାର ସମାଧାନ କରାନଗଲେ ଗ୍ରାମବାସୀ ବାଧ୍ୟହୋଇ ଆନ୍ଦୋଳନାତ୍ମକ ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।