ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦୀନବନ୍ଧୁପୁର ଗ୍ରାମ୍ୟ ରାସ୍ତା କାମ ନକରି ଅର୍ଥ ବାଟମାରଣା...!

Published By : Bijay Swain | June 20, 2025 8:43 PM

ମନମୁଣ୍ଡା, ୨୦/୬: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଲାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୀନବନ୍ଧୁପୁର (ନୂଆଗାଁ) ଗ୍ରାମ ରାସ୍ତା ଉନ୍ନତିକରଣ ପାଇଁ କଣ୍ଟାମାଳ ବ୍ଲକ ତରଫରୁ ୫ମ ଏସଏଫସିଜିଏଲଏ ପାଣ୍ଠିରୁ ଅର୍ଥ ମଂଜୁର ହୋଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀ ଏହି ରାସ୍ତା ଉପରେ କୌଣସି ପ୍ରକାର କାର୍ଯ୍ୟ ନ କରି ଚଳିତ ବର୍ଷ ଫ୍ରେବୃୟାରି ୧୮ ତାରିଖରେ ଭାଉଚ୍ଚର୍  ନଂ ୫ମ ଏସଏଫସି/୨୦୨୪/୨୫/ପି/୬୮ରେ ୨,୦୧,୯୧୯ (ଦୁଇ ଲକ୍ଷ ଏକ ହଜାର ନଅ ଶହ ଉଣେଇସ) ଟଙ୍କା ଉଠାଇ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଆମ୍ବେଦକର ଦଳିତ ସମାଜ ବିକାଶ ପରିଷଦ, ବୌଦ୍ଧର ଜିଲ୍ଲା ସମ୍ପାଦକ ମହାଦେବ କଲତା ଗତ ଜୁନ୍ ୧୬ ତାରିଖରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । 

ପ୍ରକାଶଥାଉକି, ବିଲାସପୁର ଗ୍ରାମ ପଞ୍ଚାୟତର ଅନେକ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଛାତ୍ରଛାତ୍ରୀ ମାନେ, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ମାନେ, ରାସନ୍ ପାଉଥିବା ହିତାଧିକାରୀ କିମ୍ବା କୌଣସି ରୋଗୀକୁ ଡାକ୍ତରଖାନା ନେବା ସମୟରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି ବୋଲି ବିଲାସପୁର ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ବ୍ଲକ ତରଫରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ରାସ୍ତା ପାଇଁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ କରାଯାଇଥିବା ନେଇ ଏକ ଫଳକ ରହିଛି। ତାହା ପରଠାରୁ ସେହି ରାସ୍ତାରେ ମୋରମ୍ ମୁଠାଏ ମଧ୍ୟ ପଡ଼ି ନଥିବା ପଞ୍ଚାୟତବାସୀ ସୂଚନା ଦେଇଛନ୍ତି। 

ଏହିପରି ଦୁର୍ନୀତି ବିରୁଦ୍ଧରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଥିବାରୁ ଭୟରେ କେହି ମୁହଁ ଖୋଲୁ ନାହାନ୍ତି। କିନ୍ତୁ ଶ୍ରୀ କଲତା ସାହସ ଜୁଟାଇ ଅଭିଯୋଗ କରିଥିବାରୁ ଅନେକ ବୁଦ୍ଧିଜୀବି ତାଙ୍କୁ ପ୍ରଶଂସା କରିଛନ୍ତି। ତେବେ ଏନେଇ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ କାମ ସବୁ ଠିକ୍ ହୋଇଛି, କିଛି ଟଙ୍କା ଆତ୍ମସାତ କରାଯାଇନାହିଁ, ଅଭିଯୋଗ ସବୁ ମିଥ୍ୟା ବୋଲି ସେ ସୂଚନା ଦେଇଛନ୍ତି। କିନ୍ତୁ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି। 

ଆଜିକାଲି ଟଙ୍କା ଲାଞ୍ଚ ନେଲେ ମଧ୍ୟ ଅସାଧୁ ଅଧିକାରୀମାନଙ୍କୁ ଗିରଫ କରାଯିବା ସହ ଚାକିରିରୁ ସସ୍ପେଣ୍ଡ ଓ ବହିସ୍କାର କରାଯାଉଥିବା ଦେଖିବାକୁ ମିଳିଛି। ଏଥିରୁ ଅଧିକାରୀ ସ୍ତରୀୟ ଅଫିସର ମଧ୍ୟ ବାଦ ପଡୁ ନ ଥିବା ନଜିର ରହିଛି। ଯଦି କାମ ନକରି ବିଲ ଟଙ୍କା ଆତ୍ମସାତ କରାଯାଇଥିବା ସତ୍ୟ ପ୍ରମାଣିତ ହୁଏ, ତେବେ ବିଲ କରିଥିବା ଯନ୍ତ୍ରୀ ଓ ସେଥିରେ ସଂପୃକ୍ତ ଅନ୍ୟ ଅଧିକାରୀ ମାନଙ୍କ ବିରୁଦ୍ଧରେ ସରକାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପଞ୍ଚାୟତବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.