ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଯୌତୁକ ନିର୍ଯାତନା ମାମଲାର ବୋହୂର ବିଜୟ; ସ୍ୱାମୀ ସହ ଶାଶୁଘର ଲୋକଙ୍କୁ ଜେଲ୍‌ ଦଣ୍ଡ ଓ ଜରିମାନା

Published By : Anindita Ratha | June 25, 2025 10:44 AM

ମନମୁଣ୍ଡା,୨୫/୦୬:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଜେଏମଏଫ୍‌ସିରେ ମଙ୍ଗଳବାର ଯୌତୁକ ନିର୍ଯାତନା ଅଭିଯୋଗ ମାମଲାର ଶୁଣାଣୀ ହୋଇଛି। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି ସ୍ମିତାଶ୍ରୀ ବାଣୀ କଲ୍ୟାଣୀ ମିଶ୍ର। ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ଦୁଙ୍ଗୁରିପାଲି ଥାନା ହରିହରନଗର ଦୁର୍ଯ୍ୟୋଧନ ମେହେରଙ୍କ ଝିଅ ତିଳୋତ୍ତମା ଯୌତୁକ ନିର୍ଯାତନାର ଶିକାର ହୋଇଥିଲେ । ଏନେଇ ସେ ଶାଶୁଘର ଲୋକଙ୍କ ବିରୋଧରେ ଏଲତା ଦେଇଥିଲେ । ଆଜି କଣ୍ଟାମାଳ ଜେଏମଏଫସି କୋର୍ଟ ମାମଲାରେ ଶୁଣାଣି କରି ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡାଦେଶ ଶୁଣାଇଛନ୍ତି ।  

ସୂଚନା ଅନୁଯାୟୀ, ତିଳୋତ୍ତମା ମନମୁଣ୍ଡାର ପଞ୍ଚୁ ମେହେରଙ୍କ ପୁଅ ସୁଧାଂଶୁ ମେହେରଙ୍କ ସହ ୨୨ ଏପ୍ରିଲ ୨୦୦୨ରେ ବିବାହ କରିଥିଲେ। ହେଲେ ବିବାହର କିଛି ମାସ ପରେ ତିଳୋତ୍ତମାଙ୍କ ସ୍ବାମୀ, ଶ୍ଵଶୁର ପଞ୍ଚୁ, ଶାଶୁ ବିଜୁଳି, ଦେଢ଼ଶୁର ବ୍ରଜବିହାରୀ, ଯାଆ ଯଜ୍ଞସେନି, ନଣନ୍ଦ ସସ୍ମିତା, ଦିଅର ପ୍ରଭାତ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ  । ଏଥିସହ ୨୦୦୨ ବର୍ଷ ନଭେମ୍ବର ୧୩ରେ ସେମାନେ ତିଳୋତ୍ତମାକୁ ଜୀବନରୁ ମାରି ଦେବାର ଉଦ୍ୟମ କରିଥିଲେ।

ଏନେଇ ତିଳୋତ୍ତମା ସେନେଇ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ଥାନାରେ ଲେଖାପଢ଼ା କରିବା ସହ ସମାଧାନ କରଥିଲେ । ଏହା ସହିତ ତିଳୋତ୍ତମଙ୍କୁ ଘରକୁ ନେଇ ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପୁଣି ଥରେ ତିଳୋତ୍ତମାଙ୍କ ଉପରେ ନିର୍ଯାତନା ଆରମ୍ଭ କରି ଦେଇଥିଲେ। ତିଳୋତ୍ତମା ଗର୍ଭବତୀ ଥିବା ସମୟରେ ୨୦୦୩ ଜାନୁଆରୀ ୧୫ରେ ତାଙ୍କ ସ୍ଵାମୀ ଘରୁ ତଡ଼ି ଦେଇଥିଲେ। ସେହି ଦିନ ଠାରୁ ନିଜ ମାଆଙ୍କ ଘରେ ରହି ଆସୁଥିଲେ। 

୨୦୦୫ ଜାନୁଆରୀ ୫ ତାରିଖରେ ଏନେଇ ତିଳୋତ୍ତମା ମନମୁଣ୍ଡା ଥାନାରେ ଏତଲା ଦେଇଥିଲେ । ଏହା ପରେ କଣ୍ଟାମାଳ ଜେଏମଏଫସିରେ ମାମଲା ବିଚାରଧୀନ ରହିଥିଲା। ବିଚାରପତି ସ୍ମିତାଶ୍ରୀ ବାଣୀକଲ୍ୟାଣୀ ମିଶ୍ର ୧୦ଜଣ ସାକ୍ଷ୍ୟ ଓ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜକୁ ଆଧାର କରି ମଙ୍ଗଳବାର ମାମଲାର ରାୟ ଶୁଣାଇଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ପଞ୍ଚୁ ମେହେରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ ଆଇପିସି ୪୯୮ରେ ୧ବର୍ଷ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା, ୪ଜଣଙ୍କୁ  ପାରିବାରିକ ହିଂସା ପାଇଁ ୧ ବର୍ଷ କାରାଦଣ୍ଡା  ଓ ୫ ହଜାର ଟଙ୍କା ଜରିମାନା ଏବଂ ଆଇପିସି ୩୨୩ରେ ମଧ୍ୟ  ୧ ବର୍ଷ ଜେଲ୍ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ଜେଏମଏଫ୍‌ସି କୋର୍ଟ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.