ହରଭଙ୍ଗା, ୨୪।୬ ( ଚିତ୍ତରଞ୍ଜନ ସିଂହ ) ; ଲଘୁଖଣିଜ ସମ୍ପଦର ସୁରକ୍ଷା ପ୍ରଦାନ ଏବଂ ଏହାର ସୁରକ୍ଷା ଦାୟିତ୍ୱ ସରକାରଙ୍କ ଜଳବାୟୁ ପରିବେଶ, ଲଘୁ ଖଣିଜସମ୍ପଦ ବିଭାଗ ଉପରେ ରହିଛି । ପ୍ରଶାସନର ଢିଲା ପଣ ନୀତି ଯୋଗୁଁ ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ ଥିବା ଲଘୁ ଖଣିଜର ସୁରକ୍ଷା ଦାୟିତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି l ବିଶେଷ କରି ଏହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଓ ବୌଦ୍ଧ ତହସିଲ ବିଭିନ୍ନ ମହାନଦୀ ବାଲି ଘାଟ ଉପରେ l ଉକ୍ତ ତହସିଲର ମହାନଦୀ ବାଲିଘାଟ ଉପରେ ସରକାରଙ୍କ ପକ୍ଷରୁ ରାଜସ୍ୱ ଆଦାୟ ପାଇଁ ବାଲି ଉତ୍ତୋଳନକୁ ଅନୁମତି ରହିଛି। ବେଆଇନ ଭାବେ ବିଭିନ୍ନ ବାଲିଘାଟରୁ ଦିନ ରାତି ଶହ ଶହ ଟ୍ରିପ ବାଲି ଉଠୁଥିବା ଏବଂ ଲଘୁ ଖଣିଜ ସମ୍ପଦ ହ୍ରାସ ହେବା ସହ ସରକାରଙ୍କ ରାଜସ୍ୱ ହାନି ଘଟୁଥିଲେ ମଧ୍ୟ କାହାର ଦୃଷ୍ଟି ଗୋଚର ହେଉ ନାହିଁ।
ଉକ୍ତ ତହସିଲର ବିଶେଷ କରି କୃଷ୍ଣ ମହୋନ, ଦିଆଁଘାଟ, ହରଭଙ୍ଗା, ଆଦି ମହାନଦୀର ବିଭିନ୍ନ ଘାଟରେ ବାଲି ଉଠୁଥିଲେ ମଧ୍ୟ କୌଣସି ଘାଟର ସଠିକ ଓ ନିୟମ ଅନୁସାରେ ବାଲି ନଉଠିବା ଏବଂ କାହାର ଟ୍ରାନଜିଷ୍ଟ ପାସ ଥିଲେ ତ କାହାର ନାହିଁ। କାହାର ପରିବେଶ ମଞ୍ଜୁର ଥିଲେ ତ କାହାର ନାହିଁ। ସରକାରଙ୍କ ଇସି ଅନୁସାରେ ହେଉନି ବାଲି ଉତ୍ତୋଳନ। ଲାଗୁନି ଘାଟରେ ସୂଚନା ଫଳକ । ମେସିନ ଦ୍ୱାରା ଦିନ ରାତି ବାଲି ଉଠିବା,ଓଭର ଲୋଡ଼ିଂ ହେବା ଦ୍ରୁତ ଗତିରେ ବାଲି ହାଇଓ୍ବା ଗୁଡିକ ଯାତାୟାତ କରିବା ଏପଟେ ପ୍ରଶାସନ କୁ ଚକମା ଦେଖାଇ ବାଲି ମାଫିଆ ମାନେ ରାତି ରାତି ବାଲି ଚୋରା ଚାଲାଣ କରୁଥିଲେ ମଧ୍ୟ ଏଥିପ୍ରତି ନା ତହସିଲ ପ୍ରଶାସନ ନା ଲଘୁ ଖଣିଜସମ୍ପଦ ଅଧିକାରୀ ଦୃଷ୍ଟି ଦେଉଛନ୍ତି l ଯାହାକି ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ଦିନ ରାତି ବେଆଇନ ଭାବେ ନେଇ ଚାଲିଛନ୍ତି l ଏପଟେ ଅଧିକାରୀଙ୍କ ଦାୟିତ୍ୱ ହୀନତା ପାଇଁ ସରକାର ହରାଉଛନ୍ତି ରାଜସ୍ୱ l ଏଥିପାଇଁ ଦାୟି କିଏ ବୋଲି ବିଭିନ୍ନ ସମୟରେ ଅନେକ ପ୍ରଶ୍ନ ଉଠୁଛି l
ଉକ୍ତ ତହସିଲରେ ଏଭଳି ବାରମ୍ବାର ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ବଡ଼ ଧରଣର ଧରପଗଡ଼ ନହେବା ହେତୁ ଆଗାମୀ ଦିନରେ ମାଫିଆ ପାଦ୍ରୁଭାବ ବଢିବା ସହ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇବେ ଏକଥାକୁ ଏଡାଇ ଦିଆଯାଇ ନପାରେ l କିଛିଦିନ ତଳେ ହରଭଙ୍ଗା ମହାନଦୀ ବାଲି ଘାଟରୁ ବେଆଇନ ବାଲି ଉଠିବା ଖବର ପାଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କୌଣସି କାଗଜ ପତ୍ର ନଥିବାରୁ କିଛି ବାଲି ହାଇଓ୍ବା ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏହାକୁ ନେଇ ବୌଦ୍ଧ ଫୁଲବାଣୀ ଦାୟିତ୍ୱରେ ଥିବା ମାଇନ୍ସ ଅଧିକାରୀ ଦେବବ୍ରତ ମହାନ୍ତିଙ୍କୁ ପଚାରିବାରୁ ଯେ ଆମର କର୍ମଚାରୀ କମ ରହୁଛନ୍ତି l ତଥାପି ଆମେ ରାତିରେ ବିଭିନ୍ନ ବାଲିଘାଟକୁ ଯାଇ ଯାଞ୍ଚ କରୁଛୁ । କୌଣସି ଘାଟରେ ଯଦି ବେଆଇନ ବାଲି ଉତ୍ତୋଳନ ହେଉଥିବା ଜାଣିଲୁ ଏବଂ ଆମ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଥିଲେ। ଅନ୍ୟପଟେ ହରଭଙ୍ଗା ତହସିଲରେ କେତେ ଗୋଟି ବାଲିଘାଟ ଟେଣ୍ଡର ହୋଇଛି, କାହାକୁ କେତେ ଇସି ଓ ଟ୍ରାନଜିଷ୍ଟ ପାସ ପ୍ରଦାନ କରାଯାଇଛି ବୋଲି ପଚାରିବାରୁ ଅଧିକାରୀ ପରେ ସମ୍ପୂର୍ଣ ସୂଚନା ପ୍ରଦାନ କରିବି ବୋଲି କହିଥିଲେ।