ବଙ୍ଗୋମୁଣ୍ଡା,୨୮/୧୧: କିଛି ମାସ ତଳେ ବଙ୍ଗୋମୁଣ୍ଡା ଉପଡାକଘରର ୬୦ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରିଥିଲା । ଏହି ମାମଲାର ତଦନ୍ତ କରବା ପରେ ଅକ୍ଟୋବରରେ ପୋଷ୍ଟ ମାଷ୍ଟର ଅଭିମନ୍ୟୁ ଛତ୍ରିଆ, ପୋଷ୍ଟାଲ ସହାୟକ ପୂର୍ଣଚନ୍ଦ୍ର ଭୋଇ ମଧ୍ୟ ନିଲମ୍ବିତ ହୋଇଥିଲେ ।
ବର୍ତ୍ତମାନ ଏହି ଘଟଣାରେ ୨ଜଣ ଡାକ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି । ବୁଧବାର ୨ ଜଣ ଅଭିଯୁକ୍ତଙ୍କୁ ବଡ଼ଗମଡ଼ା ଓ କୁକୁଡ଼ାହାଡ଼ ଗାଁରୁ ଗିରଫ କଲା ପୋଲିସ ।