ପ୍ରମୂଖ ଖବର
  • କୁଚିଣ୍ଡା : ୪ ବାଇକ୍‌ ଲୁଟେରା ଗିରଫ, ୯ ବାଇକ୍‌ ଜବତ
  • ||
  • ଆନନ୍ଦପୁର : ବାତୋ ଗାଁରେ ଅଘଟଣ, ଟ୍ରାକ୍ଟର ତଳେ ଚାପିହୋଇ ନାବାଳକ ମୃତ
  • ||
  • ରାଜଧାନୀରୁ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
  • ||
  • କୋରାପୁଟ : ମାଲ ଗାଡ଼ି ଟ୍ରେନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ଶୀତରେ ଥରୁଛି ଜି ଉଦୟଗିରି, ୬.୨ ଡିଗ୍ରୀକୁ ଖସିଲା ତାପମାତ୍ରା
  • ||
  • ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ମହିଳା ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍ ଗ୍ରୀନ୍‌ କ୍ଲିନ୍ ଜାରି, ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପଦ୍ମପୁର : ନିଆଁ ଲାଗି ପୋଡ଼ିଗଲା ଦଶ ଏକର ଜମିର ଧାନ ଫସଲ, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍,ସାମିଲ୍ ହେବେ ବହୁ ନେତା
  • ||
  • ଚଣ୍ଡିଖୋଲ : ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୩ ଗୁରୁତର
  • ||
  • ବ୍ରହ୍ମପୁର : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ
  • ||
  • ରାଜ୍ୟରେ କମିବ ଥଣ୍ଡା, ୩ ଦିନରେ ରାତି ତାପମାତ୍ରା ୪ଡିଗ୍ରୀ ବଢ଼ିପାରେ: ବାତ୍ୟା ପ୍ରଭାବରେ କାଁ ଭାଁ ବର୍ଷା ସମ୍ଭାବନା
  • ||

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଡ୍ୟାମ କରାଯାଉଛି ଖାଲି ! କନଷ୍ଟ୍ରକ୍ସନ ସ୍କୁଇସ ଗେଟ ସ୍ଥାନରେ ଲାଗିବ ଡିପ୍ଲିସନ ଗେଟ୍

ବଲାଙ୍ଗିର,୧୧/୧୧: ଲୋୟର ସୁକତେଲ  ଜଳସେଚନ ପ୍ରକଳ୍ପକୁ ଏବେ ଖାଲି କରାଯାଉଛି । ଗତ କିଛିଦିନ ହେଲା କ୍ରମାଗତ ଭାବରେ ଡ୍ୟାମରୁ  ପାଣି ଛଡ଼ାଯାଉଛି । ଏହା ଯେତେଶୀଘ୍ର ଖାଲି ହେବ ସେତେଭଲ । କାରଣ ଜାନୁଆରୀ ସୁଦ୍ଧା ଡ୍ୟାମରେ ଲାଗିଥିବା ଉଭୟ କନଷ୍ଟ୍ରକ୍ସନ ସ୍କୁଇସ ଗେଟକୁ ବନ୍ଦ କରିଦିଆଯିବ ଏବଂ ତା’ସ୍ଥାନରେ ଡିପ୍ଲିସନ ଗେଟ ଲାଗିବ । ଅହରହ ଡ୍ୟାମରୁ ବାହାରୁଥିବା ପାଣି ଆଉ ଆସିବନାହିଁ । ଯେତେବେଳେ ଡ୍ୟାମ କର୍ତ୍ତୃପକ୍ଷ ଚାହିଁବେ,  ସେତେବେଳେ ତଳମୁଣ୍ଡକୁ ପାଣି ଛାଡ଼ିବେ । ଯଦି ଡ୍ୟାମ  ଉପରୁ ପାଣି ଓଭରଫ୍ଲୋ ହୋଇଯିବ କିଛି କଥାନାହିଁ । 

ଯଦି ଓଭର ଫ୍ଲୋ ହେବନାହିଁ, ତାହେଲେ ପାଣି  ମହଜୁଦ ହୋଇ ରହିବ । ଆବଶ୍ୟକ ବେଳେ ଡିପ୍ଲିସନ ଗେଟଖୋଲି ପାଣି ଛଡ଼ାଯିବ ବୋଲି ଜଣାପଡିଛି । ତେବେ ଶୁଭାରମ୍ଭର ପ୍ରାୟ ଦେଢ଼ବର୍ଷ ପରେ ହଠାତ  ଡିପିଆରରେ ନଥିବା ଡିପ୍ଲିସନ ଗେଟ ଲଗାଯିବା ଏବଂ  ଏବେ ଜଳ ସୁପରିଚାଳନା ପାଇଁ ଚିନ୍ତା କରାଯିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏନେଇ ମୁଖ୍ୟ ନିର୍ମାଣ ଯନ୍ତ୍ରୀ  ସୁରେନ୍ଦ୍ର ଭୋଇଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ  ସ୍ୱୀକାର କରିଥିଲେ । ତଳମୁଣ୍ଡକୁ ଆବଶ୍ୟକ ସମୟରେ  ପାଣିଦେବାକୁ ଏହି ବ୍ୟବସ୍ଥା କରାଯାଉଛି । ଅଯଥାରେ  ପାଣି ବହି ନଯାଇ ଡ୍ୟାମରେ ରହିବ, ଆବଶ୍ୟକ  ସମୟରେ ଯୋଗାଇ ଦିଆଯିବ ବୋଲି କହିଥିଲେ । 

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଜଳସମ୍ପଦ  ଆୟୋଗରେ ଗତ ୧୯୯୪ ମସିହାରେ ପ୍ରସ୍ତାବ ପାରିତ  ହୋଇ ଜଳସମ୍ପଦ ବିଭାଗର ୬୭ତମ ପରାମର୍ଶଦାତା  କମିଟିର ବୈଠକରେ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ  ମିଳିଥିଲା । ସେଠାରେ ଲୋୟର ସୁକତେଲ ଜଳସେଚନ  ପ୍ରକଳ୍ପ ପାଇଁ ୨୧୭.୧୩ କୋଟି ଟଙ୍କାର ଅନୁଦାନ  ମଞ୍ଜୁର ହୋଇଥିଲା । ପରେ ୨୦୦୧ମସିହା ନଭେମ୍ବର  ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର  ଶିଳାନ୍ୟାସ କରିଥିଲେ । ତା’ପରେ ବର୍ଷବର୍ଷ ଧରି ଜମି  ଅଧିଗ୍ରହଣ, କ୍ଷତିପୂରଣ ଏବଂ ପୁନର୍ବାସ-ଥଇଥାନ  ଆଦି ପ୍ରସଙ୍ଗକୁ ନେଇ ୨୩ବର୍ଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି  ରହିଲା । କେତେବେଳେ ଲୋକେ ଭିଟାମାଟି ଛାଡ଼ିବାକୁ  ବିରୋଧ କଲେ ତ କେବେ ବିଭିନ୍ନ ସାମାଜିକ ସଂଗଠନ  ଏହାର ନେତୃତ୍ୱ ନେଇ ଏହାକୁ କାର୍ଯ୍ୟକ୍ଷମ କରିବାକୁ  ଆନ୍ଦୋଳନ କଲେ । ଯାହାପାଇଁ ସ୍ପିଲ ୱେ ପାଇଁ କାମ ଅଟକି ରହୁଥିଲା । 

୨୦୧୩ମସିହାରେ ପୁଲିସ ଲଗାଇ  ପ୍ରକଳ୍ପ କାମଆରମ୍ଭ ହେଲା, ମାତ୍ର ତାହା ବି ବନ୍ଦ  ହୋଇଗଲା । ଅନେକଥର ତତ୍କାଳୀନ ସରକାରର  ହାଇଲେଭଲ ଟିମ, ଜଳସମ୍ପଦ ବିଭାଗ ସଚିବ ତଥା  ମୁଖ୍ୟ ଶାସନ ସଚିବ ଉକ୍ତ ପ୍ରସଙ୍ଗରେ ହସ୍ତକ୍ଷେପ  କଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିଲାନାହିଁ । ଶେଷରେ ୨୦୨୨ପରଠୁ ପ୍ରଶାସନ-ପୁଲିସର ମିଳିତ  ଉଦ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା  ଆରମ୍ଭକରି ଜରୁରୀକାଳୀନ ଭାବରେ ଜମି ଅଧିଗ୍ରହଣ  ଆରମ୍ଭ ହେଲା । ଦିନରାତି ଅନବରତ ଭାବରେ କାମକରି ଗତ ୨୦୨୪ ମସିହା ଜାନୁଆରୀ ୩ତାରିଖରେ ତତ୍କାଳୀନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଲୋକାର୍ପିତ  ହୋଇଥିଲା । ୧୧୫୫ମିଟର ଲମ୍ବ ଏବଂ ୩୦ ମିଟର  ଉଚ୍ଚ ଏହି ପ୍ରକଳ୍ପର ସର୍ବାଧିକ ଡ୍ୟାମ ଜଳସ୍ତର ୨୦୬  ମିଟର ରହିଛି । ଏଠାରୁ ଉଭୟ ବଲାଙ୍ଗିରଓ ସୋନପୁର  ଜିଲ୍ଲାର ୪୦ହଜାର ହେକ୍ଟର ବା ୧ଲକ୍ଷ ଏକର ଜମିକୁ  ପାଣି ପହଞ୍ଚାଇବା ପାଇଁ କାମ ଏବେବି ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.