କଣ୍ଟାବାଞ୍ଜି,୦୪/୧୦: କଣ୍ଟାବାଞ୍ଜିରୁ ତୁରେକେଲା ଯାଉଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି । ମୃତକ ବଙ୍ଗୋମୁଣ୍ଡା ଝାଙ୍କରପଡାର ସୁଦାମ ସିନ୍ଦୁର ବୋଲି ଜଣାପଡ଼ିଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ୍ରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କଣ୍ଟାବାଞ୍ଜିରୁ ତୁରେକେଲା ଯାଉଥିବା ଟ୍ରେନ୍ ଲାଇନ୍ରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ଜିଆରପିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜିଆରପି ପହଞ୍ଚି ମୃତଦେହ ଜବତ କରି ପରିଚୟ ଖୋଜିଥିଲା । ପରିଚୟ ମିଳିବା ପରେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ତେବେ ଯୁବକଙ୍କ ମୃତଦେହ ଏକ ମାଲବାହୀ ରେଳ ଧାରଣାରେ ପଡ଼ିଥିବାରୁ କୌଣସି ମାଲବାହୀ ଟ୍ରେନ୍ ଧକ୍କାରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜିଆରପି ଅଧିକାରୀ ସୂଚନା ଦେଇଛନ୍ତି।