ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ମେଘାଳୟ ହନିମୁନ୍‌ ହତ୍ୟା ରହସ୍ୟ, ବିବାହର ୪ ଦିନ ପରେ ବାପଘରକୁ ଆସି ହତ୍ୟାର ଷଡ଼ଯନ୍ତ୍ର ରଚିଥିଲା ସୋନମ୍

Published By : Anindita Ratha | June 10, 2025 11:20 AM

ନୂଆଦିଲ୍ଲୀ,୧୦/୦୬:  ନରହନ୍ତା ସ୍ତ୍ରୀ ନେଲା ସ୍ବାମୀର ଜୀବନ । ହନିମୁନ ଯିବା ପରେ ପ୍ରେମିକ ସହ ମିଶି ରଚିଥିଲା ଷଡଯନ୍ତ୍ର ।  ହତ୍ୟା ପାଇଁ ଦେଇଥିଲେ ସୁପାରି ।  ଯାହା ହାତ ଧରି ବିବାହ ପରେ ଖୁସିରେ ହନିମୁନ୍‌ ପାଇଁ ଇନ୍ଦୋରରୁ ମେଘାଳୟ ବାହାରିଯାଇଥିଲେ ସେ ହିଁ ତାଙ୍କୁ ଦେଇଛନ୍ତି ଯନ୍ତ୍ରଣାପୂର୍ଣ୍ଣ ମୃତ୍ୟୁ । ବହୁଚର୍ଚ୍ଚିତ ଇନ୍ଦୋର ନବଦମ୍ପତି ହନିମୁନ୍‌ ପାଇଁ ମେଘାଳୟ ଯିବା ଏବଂ ସେଠାରୁ ସ୍ୱାମୀ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ଆଉ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ହତ୍ୟାକାରୀ ସୋନମ୍‌ ବିବାହର ୪ ଦିନ ପରେ ବାପଘରକୁ ଆସି ସ୍ବାମୀକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଜଣାପଡ଼ିଛି। 

ଦେଶବ୍ୟାପୀ ଚର୍ଚ୍ଚା ପାଲଟିଥିବା ଘଟଣାର ତଦନ୍ତ ପାଇଁ ପୁଲିସ SDRF,NDRF ଏବଂ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ୟୁନିଟଗୁଡ଼ିକୁ ନେଇ ଏକ SIT ଗଠନ  ମାମଲା ଖୋଳତାଡ଼ କରିଥିଲା ।  ରଘୁବଂଶୀଙ୍କ ହତ୍ୟାକାରୀ ସ୍ତ୍ରୀ ସୋନମଙ୍କୁ ୟୁପିର ଏକ ଢାବାରୁ ପୁଲିସ ଗିରଫ କରିବା ସହ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହା ସମେତ ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା।   ଆଜି  ସ୍ୱାମୀହନ୍ତ ସୋନମ୍‌ ୩ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଯାଇଥିବା ଜଣାପଡ଼ିଛି। ମେଘାଳୟ ପୋଲିସ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେଇ ପଚରାଉଚରା କରିବ । ୟୁପି ଗାଜିପୁରରୁ ଶିଲଂକୁ ନେଇ ପୁଲିସ କରୁଛି ତନାଘନା  ।

ପୁଲିସର କହିବା ମୁତାବକ,  ସୋନମଙ୍କ ପରିବାର ରାଜଙ୍କ ସହିତ ତାଙ୍କ ସମ୍ପର୍କ ବିରୋଧରେ ଥିଲେ। ଶେଷରେ ରାଜାଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା। ବିବାହର ମାତ୍ର ଚାରି ଦିନ ପରେ, ସୋନମ ବିବାହ ପରବର୍ତ୍ତୀ ରୀତିନୀତି ପାଇଁ ତାଙ୍କ ପିତାମାତାଙ୍କ ଘରକୁ  ଆସିଥିଲେ। ଆଉ ସେହି ଗସ୍ତ ସମୟରେ ସେ ରାଜଙ୍କ ସହିତ ମିଶି ତାଙ୍କ ସ୍ୱାମୀଙ୍କ ହତ୍ୟାର ଷଡଯନ୍ତ୍ର କରିଥିଲେ ବୋଲି ଜଣାପଡ଼ିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.