ପ୍ରମୂଖ ଖବର
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

୩ ମହଲା ଛାତରେ ପୂଜା ପାଉଛି ମାରୁତି ୮୦୦, କାର୍‌ ପାଇଁ ବଦଳିଥିଲା ବ୍ୟକ୍ତିଙ୍କ ଭାଗ୍ୟ

Published By : Krishna Priya | June 15, 2025 9:47 AM

କର୍ଣ୍ଣାଟକ ୧୫/୦୬: ଗାଡ଼ିକୁ ଘର ବାହାରେ କିମ୍ବା ଗ୍ୟାରେଜ୍‌ ରଖାଯାଏ । କିନ୍ତୁ କର୍ଣ୍ଣାଟକର ଜଣେ ମେକାନିକ୍‌ଙ୍କ ଗାଡ଼ି ଛାତ ଉପରେ ରହୁଛି । ମେକାନିକ୍‌ ସୂରଜ ନିଜର ପୁରୁଣା ମାରୁତି ୮୦୦ କାର୍‌କୁ ୩ ମହଲା ଘରର ଛାତ ଉପରେ ରଖିଛନ୍ତି । ସେତିକି ନୁହେଁ, ସେ ଓ ତାଙ୍କ ପରିବାର କାର୍‌କୁ ଭଗବାନ ମାନି ପ୍ରତି ଅମାବାସ୍ୟା, ପୂର୍ଣ୍ଣିମା ଓ ଦଶହରାରେ ପୂଜା କରୁଛନ୍ତି ।

ସୂରଜ କହନ୍ତି, ସେ ଗରିବ ପରିବାରରେ ଜନ୍ମ ହୋଇଥିଲେ । ବଡ଼ ହେବା ପରେ ଅର୍ଥ ଉପାର୍ଜନ ଲାଗି କାର୍‌ ମେକାନିକ୍‌ ଚାକିରି କରିବା ଆରମ୍ଭ କଲେ । ଅନେକ ବର୍ଷ ତଳେ ସେ ୨୦ ହଜାର ଟଙ୍କାରେ ମାରୁତି ୮୦୦ କାର୍‌ କିଣିଥିଲେ । ଏଥିରେ ସେ ଲୋକଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେବା ଆରମ୍ଭ କରିଥିଲେ । ଏଥିରୁ ଯାହା ଟଙ୍କା ମିଳୁଥିଲା, ସେଥିରେ ଧୀରେ ଧୀରେ ଜାଗା କିଣିଲେ । ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେଲା । ସେ ନିଜର ଘର ନିର୍ମାଣ କଲେ । ଦୋକାନ ବି ଖୋଲିଲେ । କିନ୍ତୁ ମାରୁତି ୮୦୦ କାର୍‌ ପାଖରେ ସେ ସର୍ବଦା ଋଣୀ ରହିଲେ । ସେଇ କାର୍‌ ପାଇଁ ତାଙ୍କର ସ୍ଥିତି ବଦଳିଥିବାରୁ ସେ କାର୍‌କୁ ଭଗବାନ ବୋଲି ମାନିଲେ ଏବଂ ତାକୁ ପୂଜା କଲେ । କାର୍‌ ପୁରୁଣା ହେବା ପରେ ତାକୁ ନିଜ ଛାତ ଉପରେ ରଖିଲେ ଏବଂ ପୂଜା କରିବାକୁ ଲାଗିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.