ନୂଆଦିଲ୍ଲୀ: ତେଲେଙ୍ଗାନାର ବାସରା ନିକଟସ୍ଥ ଗୋଦାବରୀ ନଦୀରେ ବୁଡି ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମନ୍ଦିର ଦର୍ଶନ କରିବା ପୂର୍ବରୁ ନଦୀରେ ଗାଧୋଇବା ସମୟରେ ପ୍ରାଣ ହରାଇଛନ୍ତି ଏମାନେ ବୁଡି ଯାଇଥିବା ପୋଲିସ କହିଛି। ପୋଲିସର ସୂଚନା ଅନୁଯାୟୀ, ହାଇଦ୍ରାବାଦର ପ୍ରାୟ ୨୦ ଜଣଙ୍କ ଏକ ଦଳ ପ୍ରସିଦ୍ଧ ଜ୍ଞାନ ସରସ୍ୱତୀ ମନ୍ଦିରରେ ପ୍ରାର୍ଥନା କରିବାକୁ ବାସରା ଯାଇଥିଳେ । ମନ୍ଦିର ଦର୍ଶନ କରିବା ପୂର୍ବରୁ, ଏହି ଗୋଷ୍ଠୀର ପାଞ୍ଚ ଜଣ ଯୁବକ ନଦୀରେ ସ୍ନାନ କରିବାକୁ ପ୍ରବେଶ କରିଥିଲେ।
ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବା ସୂଚନା ଅନୁଯାୟୀ, ପ୍ରବଳ ସ୍ରୋତରେ ଯୁବକ ମାନେ ଭାସି ଯାଇଥିଲେ। ପରେ ଉଦ୍ଧାରକାରୀ ଦଳ ମୃତଦେହ ଗୁଡିକୁ ଉଦ୍ଧାର କରି ନିକଟସ୍ଥ ଏକ ସରକାରୀ ହସ୍ପିଟାଲକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ମାନେ ନିଶ୍ଚିତ କରିଥିଲେ ଯେ, ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇସାରିଛି। ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଅଧିକାରୀ ମାନେ ସରକାରୀ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଏକ ମାମଲା ରୁଜୁ କରାଯାଇଛି ।