ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ରାଜା ହତ୍ୟାକାଣ୍ଡ ମାମଲାରେ ବଡ଼ ଖୁଲାସା: ଟଙ୍କା ପାଇଁ ନୁହେଁ, ତିନି ଅଭିଯୁକ୍ତ ଏହି କାରଣରୁ ମାନିଥିଲେ ସୋନମର କଥା

Published By : Harapriya Biswal | June 15, 2025 8:04 PM

ନୂଆଦିଲ୍ଲୀ,୧୫।୬: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୋନମ ଓ ତା’ର ପ୍ରେମିକ ରାଜ କୁଶଓ୍ବାହଙ୍କ ସହ ରାଜାଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତ ବର୍ତ୍ତମାନ ମେଘାଳୟ ପୋଲିସର ୮ ଦିନିଆ କଷ୍ଟଡିରେ ଅଛନ୍ତି। ଏହି ସମୟରେ ପୋଲିସର ପଚରା ଉଚରାରେ ସୋନମ ଓ ରାଜ ନିଜ ଦୋଷ ସ୍ବୀକାର କରିଛନ୍ତି। ସେମାନେ ରାଜାକୁ ମାରିବାର ଷଡଯନ୍ତ୍ର ରଚିଥିଲେ। ଏହା ସହ ମଧ୍ୟ ଜଣାପଡିଛି ଯେ, ରାଜାଙ୍କ ହତ୍ୟାର ଷଡଯନ୍ତ୍ର ସୋନମୀ ବିବାହର ୧୧ ଦିନ ପୂର୍ବରୁ ରଚାଯାଇଥିଲା। ଏହା ପୂର୍ବରୁ ଖବର ଥିଲା ଯେ, ତିନି ଜଣ ଯୁବକ, ବିଶାଳ ଚୌହାନ, ଆକାଶ ରାଜପୁତ ଓ ଆନନ୍ଦ କୁର୍ମୀ ଟଙ୍କା ପାଇଁ ସୋନମର କହିବା ଅନୁସାରେ ରାଜାଙ୍କୁ ହତ୍ୟା କରିଥିଲା। କିନ୍ତୁ ଏବେ ଏହା ଉପରେ ଏକ ନୂଆ ଖୁଲାସା ହୋଇଛି। 

ଉଲ୍ଳେଖନୀୟ ଯେ, ପୂର୍ବରୁ କୁହାଯାଉଥିଲା ଯେ, ରାଜାଙ୍କୁ ମାରିବା ପାଇଁ ସୋନମ ଓ ରାଜ୍  ୩ ଜଣ ଲୋକଙ୍କୁ ସୁପାରୀ ଦେଇଥିଲେ। କିନ୍ତୁ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ପୋଲିସ କନଟ୍ରାକ୍ଟ କିଲିଂର କଥାକୁ ପୁରା ଖାରଜ କରିଛି। ପୋଲିସ ସ୍ପଷ୍ଟ କରିଛି ଯେ, ତିନି ଜଣଙ୍କ ଭିତରୁ ଜଣେ ରାଜ୍ କୁଶଓ୍ବାହର ଦାଦା ପୁଅ ଭାଇ। 

ପୋଲିସ କହିଛି ତିନି ଜଣ ଟଙ୍କା ପାଇଁ ରାଜାଙ୍କୁ ହତ୍ୟା କରିନଥିଲେ, ବଂର ରାଜ୍ ସହ ଦୀର୍ଘ ଦିନ ଧରି ତାଙ୍କର ବନ୍ଦୁତା ଥିଲା।କୁହାଯାଉଛି ଯେ, ସୋନମ ସଙ୍କେତ ଦେବା ମାତ୍ରେ ବିଶାଳ ସବୁଠାରୁ ପ୍ରଥମେ ରାଜାଙ୍କୁ ଆକ୍ରମଣ କରିଥିଲା। ଏହାପରେ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ଆକ୍ରମଣ କରି ହତ୍ୟା କରିଥିଲେ। ଏସବୁ ସୋନମର ଆଖି ଆଗରେ ଘଟିଥିଲା। ଏହାପରେ ରାଜାଙ୍କ ଶବକୁ ଖାଲ ଭିତରକୁ ଫୋପାଡିବାରେ ସୋନମର ସାହାଯ୍ୟ କରିଥିଲେ। ଉଲ୍ଲେଖନୀୟ ଯେ, ଇନ୍ଦୋରରୁ ହନିମୁନ୍ ପାଇଁ ଯାଇଥିବା ସୋନମ ଓ ରାଜା୨୩ ମଇରେ ନିଖୋଜ ହୋଇଯାଇଥିଲେ। ମେଘାଳୟ ପୋଲିସ ସର୍ଚ୍ଚ ଅପରେସନ୍ କରିଥିଲେ, ଯାହାପରେ ୨ ଜୁନ୍‌ରେ ପୋଲିସକୁ ଖାତ ଭିତରୁ ରାଜାଙ୍କ ମୃତଦେହ ମିଳିଥିଲା। ତେବେ ପୋଲିସ ତନାଘନା ଯାଞ୍ଚ ପରେ ପତ୍ନୀ ସୋନମ ଓ ତା’ର ପ୍ରେମିକ ରାଜ୍ ସହ ଅନ୍ୟ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.