ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଭାରତରେ ବ୍ରିଟେନ୍‌ ଫାଇଟର ଜେଟ୍‌ର ଜରୁରୀ ଅବତରଣ, ସରିଯାଇଥିଲା ଇନ୍ଧନ

Published By : Harapriya Biswal | June 15, 2025 7:17 PM

ନୂଆଦିଲ୍ଲୀ,୧୫।୬:  ଭାରତରେ ବ୍ରିଟେନ୍‌ର ଫାଇଟର ଜେଟ୍‌ର ଜରୁରୀ ଅବରତରଣ। ଥିରୁଅନନ୍ତପୁରମ୍‌ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ କଲା ଏମର୍ଜେନ୍ସି ଲ୍ୟାଣ୍ଡିଂ। ଫାଇଟର ଜେଟ୍ ଏଫ୍ ୩୫ , ଯାହାକୁ ବ୍ରିଟେନ୍ ନୌସେନା ବ୍ୟବହାର କରିଥାଏ। ତେବେ ଉଡାଣ ବେଳେ  ଇନ୍ଧନ କମିଯାଇଥିବାରୁ ଏହାକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। 

ମିଳିଥିବା ସୂଚନା ଅନୁସାରେ, ଏହି ଫାଇଟର ଜେଟ୍ ଏୟାରକ୍ରାଫ୍ଟ କ୍ୟାରିୟରରୁ ଉଡାଣ ଭରିଥିଲା। ଏହାପରେ  ସେ ଶନିବାର ରାତି ୯ଟା ୩୦ ମିନିଟ୍‌ରେ ଏୟାରପୋର୍ଟରେ ସୁରକ୍ଷିତ ଢଙ୍ଗରେ ଲ୍ୟାଣ୍ଡ କରିଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫାଇଟର ଜେଟ୍‌ର ସୁରକ୍ଷିତ ଓ ସହଜ ଲ୍ୟାଣ୍ଡିଂ ପାଇଁ ଏୟାରପୋର୍ଟ ଅଧିକାରୀମାନେ ସେଠାରେ ଜରୁରୀ ଅବତରଣ ନେଇ ଘୋଷଣା କରିଥିଲେ। ସୁତ୍ରର ମିଳିଥିବା ସୂଚନା ଅନୁସାରେ, ଫାଇଟର ଜେଟ୍‌ର ପାଇଲଟ୍ ଉଡାଣ ବେଳେ ଅନୁଭବ କରିଥିଲେ ସେଥିରେ ଇନ୍ଧନ କମ୍ ହେଉଛି। ଏଥିପାଇଁ ଏମର୍ଜେନ୍ସିଂ ଲ୍ୟାଣ୍ଡିଂର ପରମିସନ୍ ମାଗିଥିଲା। ସବୁକିଛି ଖୁବ୍ ଦ୍ରୁତ ଗତି ସହ ଓ ପ୍ରଫେସନାଲ ଢଙ୍ଗରେ ହୋଇଥିଲା।

ବର୍ତ୍ତମାନ ଏହି ଏୟାରକ୍ରାଫ୍ଟ ବିମାନ ବନ୍ଦରରେ ରହିଛି। କୁହାଯାଉଛି ଯେ, କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ମଞ୍ଜୁରୀ ପରେ ଏହି ଫାଇଟର ଜେଟ୍‌ରେ ତେଲା ଭରାଯିବ। ପୁଣିଥରେ ସବୁ ପକ୍ରିୟା ପୁରା ହେବାପରେ ଏହି ବିମାନ ନିଜ ଗସ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.