ପ୍ରମୁଖ ଖବର
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ମନୀଷ ସିସୋଦିଆଙ୍କୁ ଝଟକା, ପୁଣି ନ୍ୟାୟିକ ହେପାଜତ ବୃଦ୍ଧି କଲେ କୋର୍ଟ, ଏପ୍ରିଲ ୨୬ରେ ପରବର୍ତ୍ତୀ ଶୁଣାଣି...

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ ସକାଳ ୧୧ଟା ସମୟରେ ରାଉସ୍ ଆଭେନ୍ୟୁ କୋର୍ଟରେ ହେବ । ସେହି ଦଲିଲ ଗୁଡ଼ିକର ତାଲିକା ଦେବାକୁ କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତିଯାହାର ଯାଞ୍ଚ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହାପୂର୍ବରୁ କୋର୍ଟ ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ସିସୋଦିଆଙ୍କ ଏହି ନ୍ୟାୟିକ ହେପାଜତ ଅବକାରୀ ନୀତି ସହ ଜଡିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ବୃଦ୍ଧି କରାଯାଇଛି । ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଅର୍ଥାତ ସିବିଆଇ (CBI) ଦୁର୍ନୀତି ଅଭିଯୋଗରେ ଫେବୃଆରୀ ୨୬, ୨୦୨୩ରେ ଗିରଫ କରିଥିଲା । ସିବିଆଇ ଏଫଆଇଆର ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ସିସୋଡିଆଙ୍କୁ  ମାର୍ଚ୍ଚ ୨୦୨୩ ରେ ଗିରଫ କରିଥିଲା।

ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ଉପରେ ସିବିଆଇ ସହିତ ଇଡି ମଧ୍ୟ ଅଭିଯୋଗ ଲଗାଇଛି ଯେ, ଦିଲ୍ଲୀ ଅବକାରୀ ନୀତିରେ ସଂଶୋଧନ କରି ଅନୀୟମିତତା କରାଯାଇଛି । ଲାଇସେନ୍ସଧାରୀଙ୍କୁ ଅଯଥା ସୁବିଧା ପ୍ରଦାନ କରାଯାଇଛି । ଲାଇସେନ୍ସ ଶୁଳ୍କ ଛାଡ କିମ୍ବା କମ୍ କରାଯାଇଛି  । 

ଏହା ପୂର୍ବରୁ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ୧୫ ଏପ୍ରିଲରେ ଶୁଣାଣି ହୋଇଥିଲା। ଏହି ସମୟରେ ଇଡି କୋର୍ଟରେ ହୋଇଥିବା ଆବେଦନକୁ ବିରୋଧ କରି କହିଛନ୍ତି ଯେ, ଗୁରୁତର ମାମଲାରେ ଶୁଣାଣି ବିଳମ୍ବ ଅଭିଯୁକ୍ତଙ୍କ ଜାମିନ ପାଇଁ ଆଧାର ହୋଇପାରିବ ନାହିଁ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.