ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ

ଝୁମ୍ପୁରା,୨/୫: କେନ୍ଦୁଝର ବନଖଣ୍ଡରେ ଥମିବାର ନା ନେଉନି ହାତୀ ମୃତ୍ୟୁ। ଚମ୍ପୁଆ ରେଞ୍ଜ,ବାମେବାରୀ ଫରେଷ୍ଟ ସେକ୍ସନର ବସନ୍ତପୁର ରେଣ୍ଠାସାହି ନିକଟରେ ଗୁରୁବାର ମଲା ଶାବକ ଜନ୍ମ ଦେବା ପରେ ଏକ ମାଇ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି। 

ସୂଚନା ମୁତାବକ,ଏକ ମଧ୍ୟ ବୟସ୍କା ମାଇ ହାତୀ ରେଣ୍ଠା ସାହି ନିକଟକୁ ଖାଦ୍ୟ ଅନ୍ୱେଷ ରେ ଆସିଥିବା ସମୟରେ ବୁଧବାର ରାତି ପ୍ରସବ ବେଦନାର ସମ୍ମୁଖୀନ ହୋଇଥିଲା। ମାଇ ହାତୀର ପେଟ ଭିତରେ ମଲା ଶାବକ ରହିଥିବାରୁ ପ୍ରସବ କରି ନପାରି ଏକ ନାଳ କୂଳରେ ପଡ଼ି ରହିଥିଲା। ବୁଧବାର ସକାଳେ ବନ ବିଭାଗ ଏହା ଜାଣିବା ପରେ ରେସ୍କ୍ୟୁ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡାକ୍ତରୀ ଟିମ୍ ସହାୟତାରେ ମୃତ ଶାବକକୁ ମାଇ ହାତୀ ପେଟରୁ ଉଦ୍ଧାର କରାଯାଇଥିଲା। ଏହାପରେ ମାଇ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ମଧ୍ୟାହ୍ନ ୧୨ ଟା ସମୟରେ ମାଇ ହାତୀର ମୃତ୍ୟୁ ଘଟିଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି। ଏହି ଘଟଣାର ଅନୁସନ୍ଧାନ ଜାରି ରହିଛି । ପରବର୍ତ୍ତୀ ସମୟରେ ସବିଶେଷ  ସୂଚନା ଦିଆଯିବା ବୋଲି ଡିଏଫଓ ଏଚ୍ ଡି ଧନରାଜ୍ କହିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.