ପ୍ରମୁଖ ଖବର
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ବାଟ ଛତ୍ରପୁର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ମୃତ, ୨ ଗୁରୁତର

ଛତ୍ରପୁର ୦୨/୦୫: ଛତ୍ରପୁର ଥାନା ଅନ୍ତର୍ଗତ ଡିଆରଡିଏ ଛକ ନିକଟ ବାଟ ଛତ୍ରପୁର ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁୁର୍ଘଟଣା ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇଜଣ ଆହତ ଓ ଜଣେ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ କଣମଣାର  କ୍ରିଷ୍ନା ରେଡି (୪),ବଡ଼ ଆର୍ଜିପଲ୍ଲୀର ଏସ ପ୍ରଦୀପ (୨୦)  l ଆହତମାନେ ହେଲେ ବଡ଼ଆର୍ଜିପଲ୍ଲୀର ଇ ମୋହନ (୧୭),  ସି ଏଚ ତିରୁପତି (୧୮)। ଆହତ ୨ଜଣଙ୍କ ମଧ୍ୟରୁ ଇ ମୋହନଙ୍କ ଅବସ୍ଥା ଗୁରୁତର ଥିବାରୁ ଛତ୍ରପୁର ମେଡିକାଲରୁ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥବା ଜଣାପଡିଛି । ଅନ୍ୟ ଆହତ ତିରୁପତିଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପରେ ଘରକୁ ଯାଇଛନ୍ତି । କ୍ରିଷ୍ଣା ରେଡି ଘଟଣାସ୍ଥଳରେ ମୃତ୍ୟ ବରଣ କରିଥିବା ବେଳେ ଏସ ପ୍ରଦୀପ ବ୍ରହ୍ମପୁର ମେଡିକାଲରେ ମୃତ୍ୟ ବରଣ କରିଛନ୍ତି। ମୃତ ବ୍ୟକ୍ତିଙ୍କ ଶବ ଗତକାଲି ରାତିରେ ବ୍ୟବଚ୍ଛେଦ  ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଦୁଇ ବାଇକ ଆରୋହୀ ମାନଙ୍କ ମଧ୍ୟରୁ ବାଇକ ଆରୋହୀ ଛତ୍ରପୁର ପଟୁ ଏବଂ ଅନ୍ୟ ଜଣେ ବାଟ ଛତ୍ରପୁର ପଟୁ ଆସୁଥିବା ବେଳେ ମୁହାଁ ମୁହିଁ ହୋଇ ଏହି ଦୁର୍ଘଟଣା ଘଟିଥିଲା ।।ଦୁଇ ବାଇକ ରେ ୪ଜଣ ବସିଥିଲେ ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.