ମାଲକାନଗିରି,୨୨।୭(ଆପ୍ର ): ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରଓ୍ବାଲଙ୍କୁ ସୁପ୍ରିମ କୋର୍ଟରୁ ମିଳିଛି ବଡ ଆଶ୍ବସ୍ତି। ମନିଷଙ୍କୁ ସୁପ୍ରିମକୋର୍ଟରୁ ନିୟମିତ ଜାମିନ ମିଳିଛି। ଏଥିସହ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ନିୟମିତ ଜାମିନ ମିଳିଛି । ପୂର୍ବତନ ଜିଲ୍ଲାପାଳ ମନିଷଙ୍କୁ ସୁପ୍ରିମକୋର୍ଟ ତରଫରୁ ନିୟମିତ ଜାମିନ ମଞ୍ଜୁର ନିର୍ଦେଶ ମଙ୍ଗଳବାର ମାଲକାନଗିରି ଅଦାଲତରେ ପହଞ୍ଚିଛି।
ଗତ ୨୦୧୯ ମସିହା ଡିସେମ୍ବର ୨୬ ତାରିଖ ଦିନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବନଜା ପଣ୍ଡା ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସହ ଅନ୍ୟ ତିନିଜଣଙ୍କ ନାମରେ ମାମଲା ରୁଜୁ କରିଥିଲୋ । ଏଥିରେ ଦେବ ନାରାୟଣ ପଣ୍ଡା ଆତ୍ମ ହତ୍ୟା କରିନାହାନ୍ତି ବରଂ ଏହି ଚାରିଜଣ ହତ୍ୟା କରିଥିବା ଅଭିଯୋଗ କରି ଥିଲେ । ତେବେ ଏହି ମାମଲା ମାଲକାନଗିରି ଥାନା ଠାରୁ ଆରମ୍ଭ କରି ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା।
ଗତ ଏକ ମାସ ତଳେ ଶ୍ରୀ ଅଗ୍ରୱାଲଙ୍କୁ ମାଲକାନଗିରି ଏସ୍ଡିଜେଏମ୍ କୋର୍ଟରେ ଆଂଶିକ ଅନ୍ତରିଣ ଜାମିନ ମଞ୍ଜୁର କରାଯାଇଥିଲ।। ଏ ନେଇ ଶ୍ରୀ ଅଗ୍ରୱାଲ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଏହାକୁ ବିଚାରକୁ ନେଇ ଶ୍ରୀ ଅଗ୍ରୱାଲଙ୍କ ସହ ଅନ୍ୟ ତିନିଜଣଙ୍କୁ ସମ୍ପୂର୍ଣ ଜାମିନ ମଞ୍ଜୁର ହୋଇଛିା ଏଥିସହ ଏହି ମାମଲାରୁ ଶୁଣାଣୀ ସମୟରେ ସମସ୍ତେ କୋର୍ଟରେ ହାଜର ହେବା ସହ କୋର୍ଟର ନିୟମକୁ ପାଳନ କରି ରହିବା ପାଇଁ ସର୍ତ୍ତ ରଖାଯାଇ ଜାମିନ ମଞ୍ଜୁର କରାଯାଇଛିା