ମାଲକାନଗିରି, ୨୦/୭ (ଆପ୍ର ) ମାଲକାନଗିରି ଅବକାରୀ ବିଭାଗ ତରଫରୁ ସ୍ୱାଭିମାନ ଅଞ୍ଚଳ ଯୋଡ଼ାଆମ୍ବ ଥାନା ଅନ୍ତର୍ଗତ ସାଦରାମ ଓ କୋଡିଗନ୍ଦୀ ଦୁର୍ଗମ ଜଙ୍ଗଲ ରୁ ୮୪୪ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ଚାଳିଶ ହଜାର ଟଙ୍କା ହେବ l
ଉକ୍ତ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଜଙ୍ଗଲ ଭିତରେ ଚୋରା ବେପାରୀମାନେ ଲୁଚାଇ ରଖିଥିଲେ । ଶନିବାର ସନ୍ଧ୍ୟା ରେ ଏକ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରାଯାଇଥିଲା। ଏହି ଚଢ଼ାଉରେ ଟଙ୍କଧର ଭୋଇ ଅବକାରୀ ଉପ ଅଧିକ୍ଷକ, ସନ୍ତୋଷ କୁମାର ବଳ, ଅବକାରୀ ନିରୀକ୍ଷକ, ଅବକାରୀ ଉପ ନିରୀକ୍ଷକ ଅଶେଷ କୁମାର ନାୟକ,ରମେଶ ଚନ୍ଦ୍ର ସାହୁକାର,ଅବକାରୀ ବିଭାଗ ଏଏସ ଆଇ ଜେମେସ ମାଲଖମ୍ ସାହୁ,ରାମଚନ୍ଦ୍ର ହନ୍ତାଲ,କନେଷ୍ଟବଳ ବିପୁଲ ଶେଖର ଯୋଦ୍ଧର, ଜ୍ଞାନ ରଞ୍ଜନ ସାହୁ,ଚନ୍ଦ୍ର କାନ୍ତ ନାୟକ, ସରିତା ନାୟକ, ଜୁଲି ସା ପ୍ରମୁଖ ସାମିଲ ହୋଇଥିଲେ।