ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ସ୍କୁଟି ଛାଡି ନଦୀକୁ ଡେଇଁ ମହିଳା ନିଖୋଜ , ଅଗ୍ନିଶମ ବାହିନୀର ସନ୍ଧାନ ଜାରି

ଛତ୍ରପୁର, ୨୩/୧୦ :  ଗଞ୍ଜାମ ଥାନା ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟିକୁ ଛାଡି ନଦୀକୁ ଡେଇଁ ମହିଳା ନିଖୋଜ । ଏନେଇ ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ଓ ଗଞ୍ଜାମ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି। କିଏ ଓ କାହିଁକି ଏପରି କରିଛି ତାହା ଜଣା ପଡିନାହିଁ। ଅନ୍ୟପଟେ ପୋଲ ନିକଟରେ ସ୍କୁଟି, ଚପଲ, ଗ୍ୟାସ ପା ବୁକ ଜରିରେ ରଖିଥିବା ସହ କିଛି ପିଆଜ ପଡି ରହିଥିବା ଦେଖିବାକୁ ମିଳିଛି। ଋଷିକୁଲ୍ୟ ନଦୀ ଭିତରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।

ତେବେ କିଏ ଏଭଳି କରିଛି ତାହା ଜଣା ପଡିନଥିବା ବେଳେ କିଛି ଦିନ ତଳେ ଏହିପରି ଘଟଣା ଘଟିଥିଲା। ବ୍ରହ୍ମପୁରର ଜଣେ ବ୍ୟକ୍ତି ଗାଡି ରଖି ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ପୁଣି ଆଜି ସକାଳୁ ଏହି ଘଟଣା ଘଟିଛି। ଅନ୍ୟପଟେ  ପୋଲ ନିକଟରେ ଥିବା ସ୍କୁଟିର  ତଥ୍ୟ ଅନୁଯାୟୀ ଗାଡିର ମାଲିକସ ନ୍ତୋଷ ବେହେରା  ହୋଇଥିବା ବେଳେ କାଳୀ ମନ୍ଦିର ରୋଡ଼ ଖାରବେଳନଗର ଦ୍ୱିତୀୟ ଲାଇନ ବୋଲି ଜଣାପଡିଛି l ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.