ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

୨୫ ବର୍ଷ ପରେ ଭାରତ ଫେରିଲେ ମମତା, ୨୦୦୦ କୋଟି ଡ୍ରଗ୍ସ ମାମଲାକୁ ନେଇ ମୁହଁ ଖୋଲିଲେ

Published By : Prameya | December 7, 2024 8:01 AM

ନୂଆଦିଲ୍ଲୀ ୦୭/୧୨: ଦୀର୍ଘ ୨୫ ବର୍ଷ ପରେ ଭାରତ ଫେରିଛନ୍ତି ୯୦ ଦଶକର ଚର୍ଚ୍ଚିତ ବଲିଉଡ୍‌ ନାୟିକା ମମତା କୁଲକର୍ଣ୍ଣୀ । ଏକ ଖାସ୍‌ କାରଣ ପାଇଁ ସେ ଭାରତ ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ୨୦୦୦ କୋଟି ଡ୍ରଗ୍ସ ମାମଲା ବିଷୟରେ ସେ ମୁହଁ ଖୋଲିଛନ୍ତି । ୨୦୧୪ ମସିହାରେ ମମତାଙ୍କ ନାଁ ସ୍ୱାମୀ ଭିକ୍କି ଗୋସ୍ୱାମୀଙ୍କ ସହ ଡ୍ରଗ୍ସ ମାମଲାରେ ସାମିଲ ହେବା ନେଇ ଚର୍ଚ୍ଚାକୁ ଆସିଥିଲା । ଏବେ ମମତା ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି, ଭିକି ତାଙ୍କ ସ୍ୱାମୀ ନୁହଁନ୍ତି । ଏଥିସହ ସେ ଡ୍ରଗ୍ସ ମାମଲାର ପ୍ରକୃତ ସତ ମଧ୍ୟ କହିଛନ୍ତି । 

ତାଙ୍କ କହିବା ଅନୁସାରେ, ୨୦୧୪ ମସିହାରେ ସେ ଏକ ବୈଠକରେ ସାମିଲ ହୋଇଥିଲେ । କିନ୍ତୁ ଭିକି କାହାକୁ ଭେଟୁଛନ୍ତି, ତାହା ସେ ଜାଣିନଥିଲେ । ମମତା କହିଛନ୍ତି ‘ମୁଁ ଭିକିଙ୍କୁ ଜାଣିଥିଲି । ୨୦୧୪ ମସିହାରେ ପୁଲିସ ଏ ମାମଲା ଉଠାଇବା ପରେ ମୁଁ ତାଙ୍କୁ ଭେଟିବାକୁ କେନିଆ ଯାଇଥିଲି । କିନ୍ତୁ ସେ କାହାକୁ ଭେଟୁଥିଲେ, ମୁଁ ଜାଣିନଥିଲି । ମୋର ତାଙ୍କ କାରବାରରେ କୌଣସି ସମ୍ପର୍କ ନ ଥିଲା । ଏବେ କୋର୍ଟ ମୋତେ ସବୁ ଅଭିଯୋଗରୁ ମୁକ୍ତ କରିଛନ୍ତି ।

‘କରନ ଅର୍ଜୁନ’, ‘ସବ୍‌ସେ ବଡ଼ା ଖିଲାଡ଼ି’ ଓ ‘ବାଜି’ ଭଳି ଫିଲ୍ମରେ ମମତା କାମ କରିଥିଲେ । ୨୦୦୦ ମସିହାରେ ସେ କେବଳ ଫିଲ୍ମ କ୍ୟାରିଅର୍‌ ନୁହେଁ, ବରଂ ଦେଶ ମଧ୍ୟ ଛାଡ଼ିଥିଲେ । ୨୦୦୦ କୋଟିର ଡ୍ରଗ୍ସ ମାମଲାରେ ସମ୍ପୃକ୍ତି ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏ ବର୍ଷ ମମତାଙ୍କୁ ଏ ମାମଲାରୁ ମୁକ୍ତ କରାଯାଇଛି । ଏବେ ସେ ଭାରତ ଫେରିଛନ୍ତି । ଏକ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ସେ ନିଜ ଲେଉଟାଣି ଘୋଷଣା କରିଛନ୍ତି । ତେବେ କୌଣସି ଫିଲ୍ମ ପ୍ରୋଜେକ୍ଟ ପାଇଁ ସେ ଭାରତ ଆସିନାହାନ୍ତି । ୨୦୨୫- ମହାକୁମ୍ଭରେ ସାମିଲ ହେବାକୁ ଦେଶକୁ ଫେରିଥିବା ସେ କହିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.