ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଇଣ୍ଡି ମେଣ୍ଟର ନେତୃତ୍ବ ନେବାକୁ ଚାହୁଁଛନ୍ତି ମମତା ବାନାର୍ଜି, ରାଜି ହେବେ କି ବିରୋଧୀ ?

Published By : Tapas Panda | December 8, 2024 6:59 PM

Image Courtesy: indiatvnews

ମୁମ୍ବାଇ: ଇଣ୍ଡି ମେଣ୍ଟରେ ତୁତୁମେଁମେଁ ଜାରି ରହିଛି । ହରିୟାଣା ଏବଂ ମହାରାଷ୍ଟ୍ରରେ ପରାଜୟ ପରେ କଂଗ୍ରେସକୁ ମୁଖ୍ୟ ପଦରୁ ହଟାଇବାକୁ ଦାବି ଜୋର ଧରିଛି । ତୃଣମୂଳ କଂଗ୍ରେସ (ଟିଏମସି)ର ମୁଖ୍ୟ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ମୁଖ୍ୟ ହେବାକୁ ଖୁବ ଆଗ୍ରହ ପ୍ରକାଶ କରିଛନ୍ତି । ଆଉ ସବୁଠୁ ବଡ଼ କଥା ହେଉଛି, ମମତା ବାନାର୍ଜୀଙ୍କୁ ସାହାଯ୍ୟ କରିବାକୁ ଇଣ୍ଡି ମେଣ୍ଟର ଅନ୍ୟ ଦଳ ଆଗକୁ ଆସିଛନ୍ତି । କିନ୍ତୁ ଏହାକୁ କଂଗ୍ରେସ ନାପସନ୍ଦ କରିଛି ଏବଂ ଏହାକୁ   ହାସ୍ୟାସ୍ପଦ ବୋଲି କହିଛି ।

 କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି ଯେ, ‘ପଶ୍ଚିମବଙ୍ଗରେ ଟିଏମସି ବିଜୟୀ ହେବା ପରେ ଜାତୀୟ ସ୍ତରରେ ନେଟଓ୍ବର୍କ ବିଛାଇବାକୁ ଚେଷ୍ଟା କରୁଛି । ସେମାନେ ସଂଘର୍ଷ କରୁଥିବା ବେଳେ କିଭଳି ଜାତୀୟ ସ୍ତରରେ ନିଜର କାୟା ବିସ୍ତାର କରିବେ ?’ ଏଥିରୁ ଜଣାପଡ଼ଛି ଯେ, ଯେଉଁମାନେ ନିଜ ଦଳକୁ ବେଙ୍ଗଲ ବାହାରକୁ ନେଇପାରୁ ନାହାନ୍ତି, ସେମାନେ କିଭଳି ଜାତୀୟ ସ୍ତରକୁ ଆସିପାରିବେ ବୋଲି ଉଦିତ ରାଜ ପ୍ରଶ୍ନ କରିଛନ୍ତି । କଂଗ୍ରେସ ନେତା ରାଜେଶ ଠାକୁର କହିଛନ୍ତି, ସେ (ମମତା ବାନାର୍ଜୀ) କେବଳ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି । ଏହା ଅର୍ଥ ନୁହେଁ ସେ ଇଣ୍ଡି ମେଣ୍ଟର ନେତୃତ୍ବ ନେବେ । 

 ଏନସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କୁ ଅଧିକ ଦାୟିତ୍ବ ମିଳିଲେ ଟିଏମସି କର୍ମୀ ଖୁସି ହେବେ । ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀଙ୍କ ଭୂମିକା ଖୁବ ଅଧିକ । ଯଦି ମମତା ବାନାର୍ଜୀ ଅଧିକ ଦାୟିତ୍ବ ନେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଦେବା ଦରକାର । ଶିବସେନା ନେତା ସଂଜୟ ରାଉତଙ୍କ ଅନୁସାରେ, ମମତା ବାନାର୍ଜୀଙ୍କୁ ଇଣ୍ଡି ମେଣ୍ଟରେ ବଡ଼ ଦାୟିତ୍ବ ମିଳିଲେ ସେ ଖୁସି ହେବେ । ଏପରିକି ସେ କୋଲକାତା ଯାଇ ମମତାଙ୍କ ସହ ଆଲେଚନା କରିବେ ବୋଲି ସଂଜୟ ରାଉତ କହିଛନ୍ତି । ମମତା ବାନାର୍ଜି ହୁଅନ୍ତୁ କିମ୍ବା ଅରବିନ୍ଦ କେଜ୍ରିଓ୍ବାଲ ବା ଶିବସେନା ଆମେ ସମସ୍ତେ ଏକାଠି ଅଛୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶିବସେନା ନେତା ସଂଜୟ ରାଉତ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.