ପ୍ରମୂଖ ଖବର
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ପରିତ୍ୟକ୍ତ ଅବସ୍ଥାରେ ଥିବା ବିଇଡି କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ମାଲକାନଗିରି ଯୁବକ

Published By : Suraj Ku Rath | May 19, 2025 9:32 PM

ମାଲକାନଗିରି, ୧୯/୫ : ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିବା ବିଇଡି କଲେଜ ଖୋଲିବା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ମାଲକାନଗିରି ଯୁବକ। ଉକ୍ତ କଲେଜରେ ଶୀଘ୍ର ନାମ ଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦରଖାସ୍ତ ଦେଇଛନ୍ତି।

ମାଥିଲି ଅଞ୍ଚଳର ସଦାଶିବ ନାୟକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ସେଠାରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ମାଲକାନଗିରି ଜିଲ୍ଲାରେ ଥିବା ସରକାରୀ ବିଇଡି କଲେଜଟିକୁ ଖୋଲି ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଦରଖାସ୍ତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରି କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସଦାଶିବ ନାୟକ କହିଛନ୍ତି। 

ସୂଚନା ଯୋଗ୍ୟ ଯେ ଗତ ମାସ ୩୦ତାରିଖରେ ‘ପ୍ରମେୟ’ ରେ "ପରିତ୍ୟକ୍ତ ବିଇଡି କଲେଜ, ୬ବର୍ଷ ବିତିଲା, ଆରମ୍ଭ ହୋଇପାରୁନି ପାଠ ପଢ଼ା,  ମୌଳି ଯାଉଛି ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ  ଖବର ପ୍ରକାଶିତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.