ପ୍ରମୂଖ ଖବର
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Published By : Suraj Ku Rath | May 24, 2025 10:34 PM

ମାଲକାନଗିରି, ୨୪।୫ (ଆପ୍ର): ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାଲକାନଗିରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଶାନ୍ତୁନୁ କୁମାର ଦାସ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 

ମାଲକାନଗିରି ଜିଲ୍ଲାର ଏମଭି ନମ୍ବର ଥିବା ଗ୍ରାମର ଜନୈକା ନାବାଳିକାକୁ ଉମରକୋଟ ଥାନା ଅନ୍ତର୍ଗତ ଇନ୍ଦ୍ରପୁରୀ ଗ୍ରାମର ୟାଦବ ଗାଇନ(୨୭) ଗତ ୧୬.୬.୨୦୧୯ରେ ଅପହରଣ କରି ନେଇଥିଲା। ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଠିକଣା ମିଳିନଥିଲା। ପରେ ୧୯.୬.୨୦୧୯ରେ ମାଲକାନଗିରି ଥାନାରେ ବାପା ପୀଡିତା ଝିଅ ନିଖୋଜ ନେଇ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡିଥିଲା ଯେ ଝିଅଟିକୁ ଉମରକୋଟ ଅଂଚଳର କେହି ଅପହରଣ କରି ନେଇଛି। ଜଗଦଲପୁରର ଏକ ଭଡା ଘରୁ ଝିଅଟିକୁ ଉଦ୍ଧାର କରିଥିଲେ। ବିବାହର ପ୍ରଲୋଭନ ଦେଖାଇ ଝିଅକୁ ଅଭିଯୁକ୍ତ ୟାଦବ ବାରମ୍ବାର ଦୁଷ୍କର୍ମ କରିଥିଲା। ପରେ ଝିଅର ଡାକ୍ତରୀମାଇନା କରି ଅଭିଯୁକ୍ତ ନାମରେ କେଶ ଦାୟର କରାଯାଇ ଗିରଫ କରାଯାଇଥିଲା। ମାଲକାନଗିରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଶାନ୍ତୁନୁ କୁମାର ଦାସ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ୟାଦବକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି କେଶକୁ ସରକାରଙ୍କ ତରଫରୁ  ସ୍ପେଶାଲ ପିପି ଲମ୍ବୋଦର ତୁରୁକୁ ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.