ପ୍ରମୂଖ ଖବର
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ବନ ବିଭାଗ ପକ୍ଷରୁ ଚଢ଼ାଉ; କାଠ ଗଣ୍ଡି ସହ ଦୁଇଟି ଟ୍ରାକ୍ଟର ଜବତ, ଦୁଇ ଗିରଫ

Published By : Bijay Swain | May 19, 2025 9:06 PM

ମାଲକାନଗିରି, ୧୯/୫(ଆପ୍ର): ମାଲକାନଗିରି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ବୃହତ କାଠ ଗଣ୍ଡି ଓ ଦୁଇଟି ଟ୍ରାକ୍ଟର ଜବତ ସହ ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଦୁଇଟି ଟ୍ରାକ୍ଟର ଯୋଗେ ବେଆଇନ ଭାବେ ଜାଳେଣି କାଠ ଓ ବଲି ଭିତରେ ବୃହତ କାଠ ଗଣ୍ଡି ଚାଲାଣ ହେଉଥିବାର ବିଶ୍ବସ୍ଥ ସୂତ୍ରରୁ ଖବର ପାଇଥିଲା ବନବିଭାଗ। 

ଶନିବାର ମଧ୍ୟ ରାତ୍ରରେ ଏହି କାଠ ଗଣ୍ଡି ଚାଲାଣ ହେଉଥିବାର ଜାଣି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ   ବନପାଳ ମନ୍ତୋଷ ଦେ, ବନରକ୍ଷୀ ସରୋଜ ସ୍ୱାଇଁ, ବନରକ୍ଷୀ କୈଳାଶ ମହାରଣା ଓ ସ୍କ୍ୱାର୍ଡ ଟିମଙ୍କୁ ନେଇ ପାଲକୋଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଯାଇ ଜଗି ରହିଥିଲେ। ରାତିରେ ଦୁଇଟି ଟ୍ରାକ୍ଟର ଦୃତ ଗତିରେ ଖସିଯାଉଥିବା ବେଳେ ବନବିଭାଗ କର୍ମଚାରୀ ସେମାନଙ୍କୁ ଗୋଡାଇ ଗୋଡ଼ାଇ ଧରିଥିଲେ। 

ଟ୍ରାକ୍ଟର ଡ଼ଲାରେ ଜାଳେଣି କାଠ ଓ ବଲି ଭିତରେ ଦୁଇଟି ବୃହତ କାଠଗଣ୍ଡି ଥିବାର ଦେଖିବାକୁ ମିଳିଥିଲା। ସେହି ଗାଡି ବାଲାଙ୍କ ପାଖରେ ଏହି କାଠ ନେବା ବାବଦରେ କୌଣସି ବୈଧ କାଗଜପତ୍ର ନଥିବାରୁ ସେହି ଟ୍ରାକ୍ଟରକୁ ଜବତ କରି ଦୁଇଜଣଙ୍କୁ ଗିରଫ କରି ତଦନ୍ତ ନିମନ୍ତେ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ରବିବାର ଦିନ ପୁଣି ଥରେ ଗାଁକୁ ଯାଇ ତଦନ୍ତ ଆରମ୍ଭ କରି ସାକ୍ଷୀ ପ୍ରମାଣ ଯୋଗାଡ଼ ପରେ ଆଜି ପାଲକୋଣ୍ଡା ଗ୍ରାମର ଗଙ୍ଗା ମାଢି(୨୮) ଓ ଏମଭି ୪୧ ଗ୍ରାମର ଧନୁର୍ଯ୍ୟୟ ଢ଼ାଲିଙ୍କୁ ବେଆଇନ କାଠ କାଟିବା ଓ ଚୋରା ଚାଲାଣ କରିବା ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ରେଞ୍ଜର ରମେଶ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.