ପ୍ରମୂଖ ଖବର
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମାଲେଗାଓଁ ବିସ୍ଫୋରଣ ମାମଲା : ୧୭ ବର୍ଷ ପରେ ଆସିଲା ରାୟ, ପ୍ରମାଣ ଅଭାବରୁ ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Published By : Rasmita Pradhan | July 31, 2025 11:51 AM

ଭୁବନେଶ୍ଵର, ୩୧/୦୮ : ମାଲେଗାଓଁ ବିସ୍ଫୋରଣ ମାମଲା। ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ସ୍ଵତନ୍ତ୍ର ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି। ଏହି ମାମଲାରେ ପ୍ରଜ୍ଞା ସିଂ ଠାକୁର ଓ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣ ଅଭିଯୁକ୍ତ ଥିଲେ। ଆତଙ୍କବାଦ ବିରୋଧୀ ଆଇନ ଓ ଅସ୍ତ୍ରଶସ୍ତ୍ର ଆଇନ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି। 

ସୂଚନାନୁଯାୟୀ, ୨୦୦୮ ସେପ୍ଟେମ୍ଵର ୨୯ ତାରିଖ। ମୁମ୍ଵାଇଠୁ ପ୍ରାୟ ୨୦୦ କିମି ଦୂର ମାଲେଗାଓଁ ସହରର ଏକ ମସଜିଦ୍‌ ନିକଟରେ ବିସ୍ଫୋଟକ ଲଦା ହୋଇଥିବା ଏକ ମୋଟର ସାଇକେଲ୍‌ରେ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାର ପ୍ରାରମ୍ଭିକ ତଦନ୍ତ ମହାରାଷ୍ଟ୍ର ଏଟିଏସ୍ ଦ୍ୱାରା କରାଯାଇଥିଲା। ପରେ ୨୦୧୧ ମସିହାରେ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ପ୍ରାୟ ୫ ବର୍ଷର ତଦନ୍ତ ପରେ, ଏନଆଇଏ ୨୦୧୬ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।୧୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି। ମୁମ୍ଵାଇର ସ୍ଵତନ୍ତ୍ର ଏନଆଇଏ କୋର୍ଟ ଏହି ମାମଲାରେ ଶୁଣାଣି କରି ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହା ସହ ପୀଡିତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

କୋର୍ଟଙ୍କ ରାୟ ପରେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତ, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ସୁଧାକର ଚତୁର୍ବେଦି, ଅଜୟ ରାହିରକର, ସୁଧାକର ଧର ଦ୍ୱିବେଦୀ ଏବଂ ସମୀର କୁଲକର୍ଣ୍ଣିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ କହିଛନ୍ତି ଯେ 'ଆତଙ୍କବାଦର କୌଣସି ରଙ୍ଗ କିମ୍ବା ଧର୍ମ ନାହିଁ କିମ୍ଵା କୌଣସି ଧର୍ମ ଆତଙ୍କବାଦ ପାଇଁ ଓକିଲାତି କରେ ନାହିଁ'। ଏହା ସମାଜ ବିରୋଧରେ ଏକ ଧର୍ତ୍ତବ୍ୟ ଅପରାଧ। ହେଲେ ଆଇନ ଅନୁଯାୟୀ ସଜା ଦେବା ପାଇଁ କେବଳ ନୈତିକ ଆଧାର ନୁହେଁ ବଳିଷ୍ଠ ପ୍ରମାଣ ଥିବା ଆବଶ୍ୟକ। ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ। ବାଇକ୍‌ରେ ବୋମା ଥିବା ନେଇ ସରକାରୀ ଓକିଲ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। କେବଳ ସନ୍ଦେହ କରି ଦଣ୍ଡ ଦିଆଯାଏ ନାହିଁ। ପୁଲିସ ଚାହିଁଲେ ୱାଣ୍ଟେଡ୍ ଅଭିଯୁକ୍ତଙ୍କ ବିରୋଧରେ ଅଲଗା ଚାର୍ଜସିଟ୍ ଦାଖଲ କରିପାରିବ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.