ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଏଲ୍‌ପଜି ସିଲିଣ୍ଡର ହେଲା ଶସ୍ତା; ୩୩ ଟଙ୍କା କମିଲା ଦର, ଜାଣନ୍ତୁ ତାଜା ରେଟ୍‌

Published By : Ankita S | August 1, 2025 9:52 AM

ନୂଆଦିଲ୍ଲୀ,୦୧/୦୮: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ପହିଲାରୁ ଗ୍ୟାସ୍‌ ଦରରେ ବଡ଼ ଆଶ୍ୱସ୍ତି ମିଳିଛି । ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ  ଅଗଷ୍ଟ ୧ରୁ LPGସିଲିଣ୍ଡରର ଦର ହ୍ରାସ କରିଥିବା ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା କମିଛି । ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ଯାହା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ୮୫୩ ଟଙ୍କା ରହିଛି ।

କମର୍ସିଆଲ ସିଲିଣ୍ଡର ଦର କରିବା ପରେ ମୁମ୍ବାଇରେ ନୂଆ ଦର ୧,୫୮୨.୫୦ ଟଙ୍କା ରହିଛି । ଜୁଲାଇରେ ଏହା ୧,୬୧୬ ଟଙ୍କା ଥିଲା। ଅର୍ଥାତ୍, ୩୩.୫୦ ଟଙ୍କା ଆଶ୍ୱସ୍ତି ମିଳିଛି । ଘରୋଇ ସିଲିଣ୍ଡରର ମୂଲ୍ୟ ୮୫୨.୫୦ ଟଙ୍କା ରହିଛି । ସେହିପରି କୋଲକାତାରେ ଏବେ ବାଣିଜ୍ୟିକ ସିଲିଣ୍ଡର ୧,୭୩୪ ଟଙ୍କାରେ ଉପଲବ୍ଧ ହେବ, ଯାହା ପୂର୍ବରୁ ୧୭୬୯ ଟଙ୍କା ଥିଲା । ଅର୍ଥାତ୍ ଏଠାରେ ୩୫ ଟଙ୍କା ହ୍ରାସ ପାଇଛି । ଘରୋଇ ଗ୍ରାହକଙ୍କ ପାଇଁ, ଏଠାରେ ସିଲିଣ୍ଡର ୮୭୯ ଟଙ୍କାରେ ଉପଲବ୍ଧ ହେବ ।

ଅଧିକ ପଢନ୍ତୁ...ଅଗଷ୍ଟ ପହିଲାରୁ ନୂଆ ନିୟମ,ପକେଟକୁ ପ୍ରଭାବିତ କରିପାରେ ୪ ବଡ଼ ପରିବର୍ତ୍ତନ

ସେହିପରି ଚେନ୍ନାଇରେ ମଧ୍ୟ, ଅଗଷ୍ଟ ୧ ରୁ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୯୦ ଟଙ୍କା ହୋଇଛି, ଜୁଲାଇରେ ଏହା ୧,୮୨୩.୫୦ ଟଙ୍କା ଥିଲା । ୩୩.୫୦ ଟଙ୍କା ଆଶ୍ୱସ୍ତି ମିଳିଛି । ଚେନ୍ନାଇରେ ଘରୋଇ ସିଲିଣ୍ଡରର ମୂଲ୍ୟ ୮୬୮.୫୦ ଟଙ୍କା ରହିଛି । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଏପ୍ରିଲ ୨୦୨୫ ରୁ ୫୦ ଟଙ୍କା ବୃଦ୍ଧି ପାଇବା ପରଠାରୁ ସ୍ଥିର ରହିଛି । ବର୍ତ୍ତମାନ, ଏହା ଦିଲ୍ଲୀରେ ୮୫୩ ଟଙ୍କା, କୋଲକାତାରେ ୮୭୯ ଟଙ୍କା, ମୁମ୍ବାଇରେ ୮୫୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୬୮.୫୦ ଟଙ୍କା ରହିଛି । ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ଯୋଗୁଁ, ରେଷ୍ଟୁରାଣ୍ଟ ଏବଂ ଢାବାରେ ବ୍ୟବହୃତ ଗ୍ୟାସ ଟିକେ ଶସ୍ତା ହୋଇଛି । ଯାହା ଫଳରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ମଧ୍ୟ କିଛି ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଇପାରେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.