ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମଏସଆରଟିସି)ର ବଡ଼ କାର୍ଯ୍ୟାନୁଷ୍ଠାନ। ଗାଡ଼ି ଚଲାଉ ଥିବା ବେଳେ ନିଜ ମୋବାଇଲ ଫୋନ୍ରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ ଜଣେ ବସ୍ ଚାଳକ। ଏନେଇ ତାଙ୍କୁ ଏମଏସଆରଟିସି ରବିବାର ବରଖାସ୍ତ କରିଛି। ଜଣେ ଅଧିକାରୀ କହିଛନ୍ତି କି , ପରିବହନ ପ୍ରାଧିକରଣ ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସନାଇକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଜଣେ ଯାତ୍ରୀ ତାଙ୍କୁ ଡ୍ରାଇଭରଙ୍କର ଭିଡ଼ିଓ କରି ପଠାଇ ଥିଲେ।
ସେ କହିଛନ୍ତି କି , ଏହି ଘଟଣା ୨୨ ମାର୍ଚ୍ଚରେ ମୁମ୍ୱାଇ-ପୁନେ ମାର୍ଗରେ ଇ-ଶିବନେରୀ ବସ୍ରେ ଘଟିଛି। ବସ୍ରେ ବସିଥିବା ଜଣେ ଯାତ୍ରୀ ଚାଳକଙ୍କୁ ନିଜର ମୋବାଇଲ ଫୋନ୍ରେ କ୍ରିକେଟ୍ ମ୍ୟାଚ୍ ଦେଖୁ ଥିବାର ଭିଡ଼ିଓ ରେକର୍ଡ କରି ଥିଲେ ଏବଂ ସେ କ୍ଲିପ୍ ପରିବହନ ମନ୍ତ୍ରୀଙ୍କ ପାଖକୁ ପଠାଇ ଦେଲେ।
ଯାତ୍ରୀମାନେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରିଥିଲେ ଏବଂ ମନ୍ତ୍ରୀମାନଙ୍କୁ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ଙ୍କୁ ଟାଗ୍ କରି ଥିଲେ। ସରନାଇକ ତୁରନ୍ତ ଏମଏସଆରଟିସିର ବରିଷ୍ଠର ଅଧିକାରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସ୍ଥାନୀୟ ଅଧିକାରୀମାନେ ଏକ ଘରୋଇ ବସ୍ ସଞ୍ଚାଳକ ପକ୍ଷରୁ ନିୟୋଜିତ ଚାଳକଙ୍କୁ , ଯାତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇବାର ଅଭିଯୋଗରେ ବରଖାସ୍ତ କରିଛନ୍ତି। ଏହାସହ ସେବା ପାଇଁ ଦାୟି ଘରୋଇ କମ୍ପାନୀ ଉପରେ ୫,୦୦୦ଟଙ୍କା ଜୋରିମନା ଲଗାଇଛନ୍ତି।
ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ୍ କହିଛନ୍ତି , ଇ-ଶିବନେରୀ ମୁମ୍ୱାଇ-ପୁନେ ରାସ୍ତାରେ ଏକ ପ୍ରମୁଖ ସର୍ଭିସ। ଏହି ବସରେ ଅନେକ ଲୋକ ଯାତ୍ରା କରନ୍ତି। ଏହି ସେବା ଦୁର୍ଘଟଣା-ମୁକ୍ତ ହେବା ନେଇ ଜଣାଶୁଣା। ସେହି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି , ଯିଏ ଅବହେଳ ପ୍ରଦର୍ଶନ କରି ଗାଡ଼ି ଚଲାନ୍ତି। ସେମାନେ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ଥାନ୍ତି।
ସେପଟେ ଜମ୍ମୁକାଶ୍ମୀର ଗାନ୍ଦରବଳ ଜିଲ୍ଲାରେ ଶ୍ରୀନଗର-ସୋନମର୍ଗ ମାର୍ଗରେ ରବିବାର ଏକ ବସ୍ ଓ ଟ୍ୟାକ୍ସିର ଧକ୍କା ହୋଇଥିଲା। ଏହି ଘଟଣାରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି କି, ଦୁର୍ଘଟଣାଟି ଗୁଣ୍ଡ ଅଞ୍ଚଳରେ ହୋଇଛି ଏବଂ ଦୁଇଟ ଯାକ ମାଡ଼ି ସଂପୂର୍ଣ୍ଣରୂପେ କ୍ଷତିଗ୍ରସ୍ତ ହୋଇ ଯାଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି । ମୃତକମାନେ ହେଲେ ଲେଶିଆ ଆଶିଷ, ନିକ୍କି ଆଶିଷ ଓ ହେତଲ ଆଶିଷ । ଏମାନେ ସମସ୍ତେ ମହାରାଷ୍ଟ୍ରରେ ରହୁଥିଲେ।