ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଆଜି ଲୋକସେବା ଭବନରେ ବିକଶିତ ଭାରତ, ଓଡ଼ିଶା ସମ୍ମିଳନୀ

ଭୁବନେଶ୍ୱର,୦୪/୧୦: ଶୁକ୍ରବାର ବିକଶିତ ଭାରତ@ ୨୦୪୭ ଏବଂ  ବିକାଶିତ ଓଡ଼ିଶା@୨୦୩୬ ବୈଠକ ।  ଏଥି ନିମନ୍ତେ ‘ସଂସ୍କୃତି ଓ ଐତିହ୍ୟ’  ସମ୍ବନ୍ଧୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ବିଭିନ୍ନ ବିକାଶମୂଳକ ଚିନ୍ତାଧାରା ଓ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଏବଂ ଏହାର  କାର୍ଯ୍ୟାନ୍ୱୟନ କ୍ରମରେ ଓଡ଼ିଆ ଭାଷା,  ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ,  ଆଦିବାସୀ ସଂସ୍କୃତି, ଲୋକକଳା,  ଐତିହ୍ୟ ବର୍ଗରେ ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଶାରଦମାନେ ଯୋଗଦେବେ । 

ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବାହ୍ଣ ୧୦ଟା ସମୟରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ସମ୍ମିଳନୀରେ  ବିଶାରଦମାନେ ଯୋଗଦେଇ ସୁଚିନ୍ତିତ  ମତାମତ ଲିଖିତ ଓ ମୌଖିକ ଭାବେ  ପ୍ରଦାନ କରିବେ । ଏହାଛଡ଼ା ୩ଟି ପ୍ରମୁଖ ବିଷୟରେ ଉପରେ ଚର୍ଚ୍ଚା ହେବ । 

ଭାରତ @୨୦୪୭ ଏବଂ ବିକଶିତ ଓଡ଼ିଶା @୨୦୩୬ରେ ‘ସଂସ୍କୃତି ଓ ଐତିହ୍ୟ’କୁ  ନେଇ ୩-୪ଟି ପରାମର୍ଶ, ଯାହା  କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୀତି  ସୁଦୃଢ଼ ହେବା ସହିତ ଲୋକକଳା ଓ  ସଂସ୍କୃତି ସୁରକ୍ଷିତ ହେବ । ଏଥି ସହିତ  ରୋଜଗାର ଓ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.