ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ

ନୂଆଦିଲ୍ଲୀ: ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ୬ରାଜ୍ୟ ଓ ୨ କେନ୍ଦ୍ରଶାସିତ ପ୍ରଦେଶର ୫୮ ଲୋକସଭା ଆସନରେ ମତଦାନ ହେବ । ଏହାର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗୁରୁବାର ସଂଧ୍ୟାରୁ ଥମିବ ପ୍ରଚାର । ଆଜି ସଂଧ୍ୟା ପର୍ଯ୍ୟନ୍ତ ପ୍ରଚାର‌ରେ କମ୍ପିବ ଗାଁରୁ ସହର । ଅନ୍ତିମ ସମୟର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ବେଳେ ପ୍ରତିଶ୍ରୁତିର ପାହାଡ଼ ଉପରେ ଭୋଟରଙ୍କ ସମର୍ଥନ ସାଉଁଟୁଛନ୍ତି । ଶନିବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ମତଦାନ ହେବ । ଆସନ୍ତା ଜୁନ ୪ ତାରିଖରେ ରେଜଲ୍ଟ ବାହାରିବ ।  

ଷଷ୍ଠ ପର୍ଯ୍ୟାୟରେ ଦେଶରେ ମୋଟ୍ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଦିଲ୍ଲୀର ସମସ୍ତ ୭ ଲୋକସଭା ଓ ହରିୟାଣାର ସମସ୍ତ ୧୦ ଲୋକସଭା ଆସନରେ ଭୋଟିଂ ହେବ । ବିହାରରେ ୮ ଆସନ, ଝାଡ଼ଖଣ୍ଡର ୪, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮, ଓଡ଼ିଶାର ୬ ଓ ଜାମ୍ମୁ-କାଶ୍ମୀରରେ ଗୋଟିଏ ଲୋକସଭା ଆସନରେ ମତଦାନ ହେବ ।  

ଷଷ୍ଠ ପର୍ଯ୍ୟାୟରେ ବହୁ ହେଭିଓ୍ବେଟ୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ୮୮୯ ପ୍ରାର୍ଥୀଙ୍କ ପାଇଁ ଇଭିଏମରେ ଭୋଟ୍ ପଡ଼ିବ । ନୂଆଦିଲ୍ଲୀ ଲୋକସଭା ଆସନରୁ ଆମ୍ ଆଦମୀ ପାର୍ଟି ସୋମନାଥ ଭାରତୀ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ବାଂସୁରୀ ସ୍ବରାଜ୍ । ସେହିପରି ନର୍ଥ-ଇଷ୍ଟ ଦିଲ୍ଲୀ ଆସନରୁ ବିଜେପି ପ୍ରାର୍ଥୀ ମନୋଜ ତ୍ବିଓ୍ବାରୀଙ୍କୁ ସାମ୍ନାରେ କରିବେ କଂଗ୍ରେସର କହ୍ନେୟା କୁମାର । ଷଷ୍ଠ ପର୍ଯ୍ୟାୟରେ ବିହାରରେ ମଧ୍ୟ ହାଇ-ଭୋଲଟେଜ୍ ଟକ୍କର ହେବାକୁ ଯାଉଛି । ବାଲ୍ମିକ୍ ନଗର ଲୋକସଭା ଆସନରୁ ଜେଡିୟୁ ସୁନିଲ୍ କୁମାର କୁଶଓ୍ବା ଛିଡ଼ା ହୋଇଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଆରଜେଡିର ଦୀପକ ଯାଦବ । ଉତ୍ତର ପ୍ରଦେଶର ସୁଲତାନପୁର ଆସନରୁ ବିଜେପି ପ୍ରାର୍ଥୀ ମେନକା ଗାନ୍ଧି ନିର୍ବାଚନ ଲଢ଼ୁଛନ୍ତି । ତାଙ୍କୁ ଚେକ୍ ଦେଉଛନ୍ତି ସମାଜବାଦୀ ପାର୍ଟିର ରମ୍ଭାଲା ନିଶାଦ୍ । ଜାମ୍ମୁ-କାଶ୍ମୀରର ଅନନ୍ତନାଗ-ରଜୌରୀ ଆସନରେ ଏଥର ହେବ ହାଇଭୋଲଟେଜ୍ ଟକ୍କର । ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କୁ ଚେକ୍ ଦେବେ ମିଆଁ ଅଲତଫ୍ ଅହମ୍ମଦ । ପଶ୍ଚିମବଙ୍ଗର ତାମଲୁକ୍ ଆସନରେ ବିଜେପି ପ୍ରାର୍ଥୀ ଅଭିଜିତ୍ ଗଙ୍ଗୋପଧ୍ୟାୟ ଓ ଦେବାଙ୍ଗସୁ ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟରେ ଲଢ଼େଇ ହେବ । ହରିୟାଣାର କର୍ଣ୍ଣାଲ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଓ କଂଗ୍ରେସ ପ୍ରାର୍ଥୀ ସତପାଲ୍ ବ୍ରହ୍ମଚାରୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ସେହିପରି ଓଡ଼ିଶାର ସମ୍ବଲପୁର, ଭୁବନେଶ୍ବର ଓ ପୁରୀ ଲୋକସଭା ଆସନରେ ହେଭିଓ୍ବେଟ୍ ଲଢ଼େଇ ହେବ । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶ । ପୁରୀ ସମ୍ବିତ୍ ପାତ୍ରଙ୍କୁ ଚେକ୍ ଦେବାକୁ ମୈଦାନରେ ରହିଛନ୍ତି ବିଜେଡିର  ଅରୂପ ପଟ୍ଟନାୟକ । ଭୁବନେଶ୍ବର ଆସନରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିଜେଡିରୁ ମନ୍ମଥ ରାଉତରାୟ ରହିଛନ୍ତି ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.