ପ୍ରମୂଖ ଖବର
  • ଭୋଗରାଇ : ପିକନିକ୍‌ ଗାଡ଼ି ମୁହାଁମୁହିଁ ଧକ୍କା, ୬ ପର୍ଯ୍ୟଟକ ଗୁରୁତର
  • ||
  • ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ', ଯମୁନାଗଡ଼ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବ
  • ||
  • ଖଲ୍ଲିକୋଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ୪ ଜଣଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
  • ||
  • ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
  • ||
  • ଏମିତି ରହିବ ୨୦୨୫ ରାଜ୍ୟ ପାଣିପାଗ! ଗ୍ରୀଷ୍ମରେ ବାତ୍ୟା ଆଶଙ୍କା, ମୌସୁମୀ ବର୍ଷା ରହିବ ଠିକ୍‌ଠାକ୍‌
  • ||

ରାସ୍ତା କଡ଼ରୁ ୮ ବୋମା ଉଦ୍ଧାର,ନିଷ୍କ୍ରିୟ କଲା ବୋମା ନିଷ୍କ୍ରିୟକାରୀ ଦଳ

Published By : Anindita | December 29, 2024 1:50 PM

ଢେଙ୍କାନାଳ,୨୯/୧୨:  ସଦର ଥାନା କାଙ୍କଡ଼ପାଳ ରେଙ୍ଗାଳି କେନାଲ ବନ୍ଧ ରାସ୍ତା କଡ଼ରୁ ଶନିବାର ୮ଟି ବୋମା ଉଦ୍ଧାର ହୋଇଛି । ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛନ୍ତି । ଜନ୍ତୁ ଶିକାର ନା ଅପରାଧିକ କାର୍ଯ୍ୟ ପାଇଁ ବୋମା ତିଆରି ହୋଇଥିଲା ପୁଲିସ ତାହାର ତଦନ୍ତ କରୁଛି । ବୋମାରେ ବ୍ୟବହୃତ ରାସାୟନିକ ଫରେନ୍ସିକ୍‌ ଲାବ୍ରୋଟୋରୀଙ୍କୁ ପଠାଯାଇଥିବା ସଦର ଏସଡିପିଓ ବିଭୂତ୍ତି ମହାପାତ୍ର କହିଛନ୍ତି ।  ଶନିବାର ସକାଳ ପ୍ରାୟ ୯ଟାରେ କେନାଲ ବନ୍ଧ ରାସ୍ତା କଡ଼ରେ ୮ଟି ବୋମା ରଖାଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସୂଚନା ପାଇ ତରଭା ଫାଣ୍ଡି ପୁଲିସ ପହଞ୍ଚି ବୋମାକୁ ଜବତ କରିଥିଲା । ପରେ ବୋମା ନିଷ୍କ୍ରିୟକାରୀ ଦଳ ବୋମାକୁ ନିଷ୍କ୍ରିୟ କରିଥିଲେ । ବୋମାକୁ ସମ୍ପୂର୍ଣ୍ଣ ଭାବେ ଖୋଲା ଯାଇଥିଲା । କେମିକାଲ ସହ ଛୋଟ ପଥର ଖଣ୍ଡ, କାଚ ଆଦି ସାମଗ୍ରୀ ବାହାରିଥିଲା । କେନାଲ୍‌ ରାସ୍ତାରେ କିଏ ବୋମା ରଖିଥିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଥିଲା ।  

ବର୍ତ୍ତମାନ ଫସଲ ଅମଳ ସମୟ ହୋଇଥିବାରୁ ଜଙ୍ଗଲରୁ ବାର୍‌ହା, ହରିଣ ଆଦି ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି । ବନ୍ୟଜନ୍ତୁ ଶିକାର ବଢି଼ ଚାଲିଛି । ସ୍ଥାନୀୟ ଶିକାରୀ ବୋମା ରଖି ଜନ୍ତୁ ଶିକାର କରିଥାନ୍ତି । ଏଣୁ ଜନ୍ତୁ ଶିକାର ପାଇଁ କେହି ଏହାକୁ ଆଣି କୌଣସି କାରଣରୁ ଏଠାରେ ରଖି ପଳାଇ ଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ସେହିଭଳି ନିକଟବର୍ତ୍ତି ଅଞ୍ଚଳରେ ବେଆଇନ୍‌ ଭାବେ ବାଲି ଓ ପଥର ଚାଲାଣ ହେଉଥିବା ବେଳେ ମାଫିଆମାନେ କୌଣସି ଅପରାଧିକ କାର୍ଯ୍ୟ ନିମନ୍ତେ ଏହାକୁ ଆଣିଥାଇ ପାରନ୍ତି ବୋଲି କୁହାଯାଉଛି । ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି । ବୋମାରେ ବ୍ୟବହୃତ କେମିକାଲର ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ମିଳିବା ପରେ ଜନ୍ତୁ ଶିକାର ପାଇଁ କିମ୍ବା ଅନ୍ୟ କୌଣସି ଅପରାଧିକ ଉଦ୍ଦେଶ୍ୟ ରଖି ବୋମା ତିଆରି ହୋଇଛି ଜଣାପଡ଼ିବ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ସଦର ଏସ୍‌ଡିପିଓ ଶ୍ରୀ ମହାପାତ୍ର କହିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.