ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌: ହାଇଦ୍ରାବାଦଠୁ ହାରିଲା କୋଣାର୍କ ସୂର୍ଯ୍ୟସ

ଜମ୍ମୁ,୦୭/୧୦: କୋଣାର୍କ ସୂର୍ଯ୍ୟସ ଓଡ଼ିଶା ଲିଜେଣ୍ଡସ ଲିଗ୍‌ରେ ଅର୍ବାନାଇଜର୍ସ ହାଇଦ୍ରାବାଦ ଠାରୁ ୪  ୱିକେଟ୍‌ରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି କୋଣାର୍କ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ ୧୦୦ ରନ୍‌ କରିଥିଲା ।  ଜବାବରେ ହାଇଦ୍ରାବାଦ ୧୮.୨ ଓଭରରେ ୬ ୱିକେଟ୍‌ ହରାଇ  ବିଜୟୀ ହୋଇଥିଲା ।  

ହାଇଦ୍ରାବାଦ ଅଧିନାୟକ  ଗୁରକୀରତ ସିଂ ପ୍ରଥମେ  ଟସ୍‌ ଜିତି ଫିଲ୍ଡିଂ କରିଥିଲେ ।  କୋଣାର୍କ ସୂର୍ଯ୍ୟସ ମାତ୍ର ୩୦ ରନ୍‌ ମଧ୍ୟରେ ପ୍ରାରମ୍ଭିକ ୩ଟି  ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା । ଓପନର ରିଚାର୍ଡ ଲେବି  ୧, ଜେସ୍‌ ରାଇଡର ୧୧ ଏବଂ କେଭିନ ଓ’ବ୍ରାଏନ ୫ ରନ୍‌ କରି ଆଉଟ୍‌ ହୋଇଥିଲେ । 

ଦିଲସାନ ମୁନାବୀରା ଯଦିଓ ମଧ୍ୟଭାଗରେ ଅର୍ଦ୍ଧଶତକୀୟ  ଇନିଂସ (୫୧) ଖେଳିଥିଲେ କିନ୍ତୁ ଅନ୍ୟମାନେ ବିଫଳ ହେବା  ଯୋଗୁ କୋଣାର୍କ ମାତ୍ର ୧୦୦ ରନ୍‌ରେ ଅଟକି ଯାଇଥିଲା । ରାଜେଶ  ବିଷ୍ଣୋଇ ୨, ଇରଫାନ ପଠାନ ୭, ୟୁସୁଫ ପଠାନ ୭ ଓ ଦିୱେଶ  ପଠାନିଆ ୪ ରନ୍‌ କରିଥିଲେ ।  

ସୀମିତ ବିଜୟ ଲକ୍ଷ୍ୟକୁ ପିଛା କରି ଅଧିନାୟକ ଗୁରକୀରତଙ୍କ  (୫୦) ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଦଳ ବିଜୟୀ  ହୋଇଥିଲା । ଜର୍ଜ ୱକର ୧୨, ଚଡୱିକ ୱାଲଟନ ୮, ପିଟର ଟ୍ରେଗୋ  ୭ ରନ୍‌ କରିଥିଲେ । ଦିଲସାନ ୩ ୱିକେଟ୍‌ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.