ପ୍ରମୂଖ ଖବର
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ଜାଲ ଦସ୍ତଖସ୍ତରେ ଜମି ଜାଲିଆତି; ପୂର୍ବତନ ସବରେଜେଷ୍ଟ୍ରି ଅଫିସ କିରାଣୀ ଗିରଫ, ଦୀର୍ଘ ୪ବର୍ଷ ପରେ ମିଳିଲା ନ୍ୟାୟ

Published By : Bijay Swain | May 14, 2025 6:51 PM

ମାଲକାନଗିରି,୧୪/୫(ଆପ୍ର): ଜାଲ ଦସ୍ତଖସ୍ତରେ ଜମି ଜାଲିଆତି କରି ନିଜ ସ୍ତ୍ରୀଙ୍କ ନାମରେ କବଲା କରିଥିବା  ସବରେଜେଷ୍ଟ୍ରି ଅଫିସର ପୂର୍ବତନ କିରାଣୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ୪ବର୍ଷ ପରେ ଅଭିଯୋଗ କାରିଙ୍କୁ ମିଳିଛି ନ୍ୟାୟ। ବିଳମ୍ବ ହେଲେ ମଧ୍ୟ ସତ୍ୟର ହୋଇଛି ଜୟ। 

ଖବର ମୁତାବକ, ମାଲକାନଗିରିର ସ୍ଥିତ ରିକ୍ଲେମେସନ୍ କଲୋନିର ସୁବୁଦ୍ଧି ଶେଖର ପାଢ଼ୀ ତାଙ୍କ ପତ୍ନୀ ପତ୍ନୀ ଜସୋବନ୍ତୀ ରଥଙ୍କ ନାମରେ ୨୦୦୪ ମସିହାରେ ଶେଫାଳି ବିଶ୍ୱାସ, ଜୟନ୍ତୀ ବିଶ୍ୱାସ ଓ କଲ୍ୟାଣୀ ବିଶ୍ୱାସଙ୍କ ଠାରୁ ୮ ସେଣ୍ଟ ଜମି କ୍ରୟ କରିଥିଲେ। ଜିଲ୍ଲା ସବ-ରେଜିଷ୍ଟର କାର୍ଯ୍ୟାଳୟରେ ବିକ୍ରୟ ଡିଡ୍ କରି ଶେଫାଳି ବିଶ୍ୱାସ, କଲ୍ୟାଣୀ ବିଶ୍ୱାସ ଏବଂ ଜୟନ୍ତୀ ବିଶ୍ୱାସଙ୍କଠାରୁ ଏକ ଜମି ଖାତା ନଂ-୨୯ ପ୍ଲଟ୍ ନଂ-୧୨ କିଣିଥିଲେ। ତା'ପରେ ଶ୍ରୀମତ ରଥ ଉକ୍ତ ଜମି ସମ୍ପର୍କରେ ଆରଓଆର ପାଇଲେ ଏବଂ ଜମି ରାଜସ୍ୱ ଜମା କରିଥିଲେ। ତେବେ ଗତ ୨୦୨୧ ମସିହାରେ ଜମିର ଖଜଣା ଓ ଜଳ କର ଆରଆଇ  ଅଫିସରେ ବାନ୍ଧିବାକୁ ଯାଇ ଜାଣିଥିଲେ ଯେ ସେ ଜମି ଆଉ ତାଙ୍କର ନାହିଁ। କୈଳାଶ ଚନ୍ଦ୍ର ମହାନ୍ତିଙ୍କ ପତ୍ନୀ ଶେଫାଳି ମହାନ୍ତି (ବିଶ୍ୱାସ )ଙ୍କ ନାମରେ କବଲା ହୋଇଛି। ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ତହସିଲ ଓ ସବ ରେଜେଷ୍ଟ୍ରି ଅଫିସ ଓ ଥାନାରେ ଅଭିଯୋଗ କଲେ ହେଲେ ଜମି କଥା ଯୋଗୁଁ କେହି ଗୁରୁତ୍ୱ ଦେଲେ ନାହିଁ।

ପ୍ରକାଶ ଥାଉକି ଅଭିଯୁକ୍ତ କୈଳାସ ଚନ୍ଦ୍ର ମହାନ୍ତି ଵର୍ତମାନ କୁଡୁମୁଲୁଗୁମାର ତହସିଲ କାର୍ଯ୍ୟାଳୟରେ କ୍ଲର୍କ ଭାବରେ କାର୍ଯ୍ୟ କରୁଛନ୍ତି। ଗତ ୨୦୧୫ ମସିହାରେ ସେ ମାଲକାନଗିରିର ସବ-ରେଜିଷ୍ଟ୍ରି କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରୁଥିଲେ। ସେ ଅଭିଯୁକ୍ତ ଶେଫାଳି ବିଶ୍ୱାସଙ୍କୁ ବିବାହ କରିଛନ୍ତି। ଶ୍ରୀ ମହାନ୍ତି ଜାଲ୍ ଦସ୍ତଖତ କରି ବିକ୍ରୟ ପତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ। 

ଏହା ଜାଣିବା ପରେ ଶ୍ରୀ ପାଢି ମାଲକାନଗିରି ବରିଷ୍ଠ ଦେୱାନୀ ବିଚାରପତିଙ୍କ କୋର୍ଟରେ ସି.ଏସ୍. ନଂ- ୩୭/୨୦୨୧ ମାଧ୍ୟମରେ ଦେୱାନୀ ମାମଲା ଦାୟର କରିଥିଲେ। କୋର୍ଟ ଏହି ମାମଲାର ଶୁଣାଣୀ କରି ୦୩.୦୨୩.୨୦୨୨ ରେ ଏହାର ତଦନ୍ତ କରିବାକୁ ଆଦେଶ ପ୍ରଦାନ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ବିବାଦୀୟ ଜମିରେ ଘର ନିର୍ମାଣ କରିଥିଲେ। ତେଣୁ ଅଭିଯୋଗକାରୀ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାଲକାନଗିରି ପିଏସ୍ କେସ୍ ନମ୍ବର-୨୩୦/୨୦୨୪ ୟୁ/ଏସ୍-୧୮୮/୨୯୪/୫୦୬/୩୪ ଆଇପିସି ଅଧିନରେ ମାମଲା ରୁଜୁ କରିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତମାନେ ସଠିକ ପ୍ରମାଣ ପ୍ରଦାନ କରିବାରେ ବିଫଳ ହୋଇଥିଲେ। 

ତଦନ୍ତ ସମୟରେ ଅଭିଯୁକ୍ତମାନେ ସୂଚନାଦାତାଙ୍କଠାରୁ ଜମି କ୍ରୟ ସମ୍ବନ୍ଧୀୟ କୌଣସି ଆର୍ଥିକ କାରବାର ପ୍ରଦାନ କରିପାରି ନଥିଲେ। ପରେ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଶ୍ରୀ ମହାନ୍ତିଙ୍କୁ ଗିରଫ କରା ଯାଇ କୋର୍ଟ ଚାଲାଣ କରାଯାଇ ଥିବା ମାଲକାନଗିରି ଥାନା ଆଇଆଇସି ରିଗନ କିଣ୍ଡୋ ଆଜି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.