ମାଲକାନଗିରି, ୧୪।୫(ଆ ପ୍ର):. ମାଲକାନଗିରି ଜିଲ୍ଲାରେ ରବି ଚାଷର ଧାନ ମଣ୍ଡି ନଥିବାରୁ ଅମଳ ଧାନର ମିଳୁନି ଉଚିତ ମୁଲ୍ୟ। ସାଗ ମାଛ ମୁଲରେ, ବିକ୍ରି ହେଉଛି ଧାନ ଚାଷୀ ହତାସ୍ ହୋଇପଡ଼ିଛନ୍ତି। ମାଲକାନଗିରି ଜିଲ୍ଲାରେ ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ ହୋଇଥିବା ଧାନ ଫସଲର ମିଳୁନି ଉଚିତ ମୁଲ୍ୟ।
ଧାନ ଫସଲ ପାଇଁ କେନାଲରେ ପାଣି ଛଡା ହେବାଯୋଗୁଁ ଖୁସିରେ ଚାଷୀ ଏବର୍ଷ ଦୁଈ ଥର ଚାଷ କରିବା ସହ ଫଳ ମୁଳ ପନିପରିବା ବାଦାମ୍ ସହ ଅଧିକାଂଶ ଚାଷୀ ଧାନ ଚାଷ ମଧ୍ୟ କରିଛନ୍ତି। କିନ୍ତୁ ଜଳ ସେଚନ ବିଭାଗ ଓ ରାଜସ୍ୱ ବିଭାଗର ସଂପର୍କରେ ତାଳମେଳ ନଥିବାରୁ ରବି ଫସଲ ସମୟରେ କୋରୁକୋଣ୍ଡା ରବି ମଣ୍ଡିରୁ ବାଦ୍ ପଡିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି।
ମାଲକାନଗିରି ଜିଲ୍ଲା ଭଳି ରାଜ୍ୟର ଅନେକ ଜିଲ୍ଲାରେ ଧାନର ସରକାରୀ ଦର ୩୧୦୦ ଟଙ୍କା ଥିବାବେଳେ ମଣ୍ଡି ନଥିବାରୁ ମାଲକାନଗିରି ଜିଲ୍ଲାରେ ସାଗ ମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ। ମଣ୍ଡି ସ୍ଥାନ ତଥା ଧାନ ଖଳାରେ ଶୁଖୁଛି ହଜାର ହଜାର ବସ୍ତା ଧାନ। ଚାଷୀଙ୍କ ପରିବାର ଲୋକେ ପାଳି କରି ଜଗୁ ଥିବା ବେଳେ ଉଚିତ ମୁଲ୍ୟ ନ ମିଳିବାରୁ ହତାଶ ଧାନ ଚାଷୀ। ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ପାଖରେ ସମସ୍ତ ସୂଚନା ରହିଥିବା ବେଳେ ସବୁ ଜାଣି ନିରବ ରହିଛନ୍ତି ରାଜ୍ୟ ସରକାର ଓ ଲ୍ୟାମ୍ପ୍ କତ୍ତୃପକ୍ଷ। ଏହି ସମସ୍ୟାର ତୁରନ୍ତ ପ୍ରତିକାର ସହ ଗରିବ ଚାଷୀଙ୍କ କଥା ବୁଝିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।