ଭୁବନେଶ୍ବର,୦୩/୦୧: ଆରମ୍ଭ ହେଉଛି କୃଷି ଓଡ଼ିଶା-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀର ଉଦଘାଟନ କରିଛନ୍ତି । ବରମୁଣ୍ଡା ପଡିଆରେ ଉଦଘାଟିତ ୩ ଦିନିଆ କାର୍ଯ୍ୟକ୍ରମରେ ୩୦ ଜିଲ୍ଲାର ଚାଷୀ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସହିତ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହା ସହିତ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ-କୃଷି ଓଡିଶା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହା ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାରର ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ମିଳିବ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଛି । ୨୯୧ କୋଟି ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିରୋଧୀଙ୍କୁ ମୋହନଙ୍କ ଟାର୍ଗେଟ- କୃଷି ଓଡିଶା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେବଳ ମିଶନ ପରେ ମିଶନ କରି ଚାଲିଲେ, କିନ୍ତୁ ଫଳ ଶୂନ୍ୟ । ଆମର ଲାଭ କଣ ହେଲା । ମାମତା ଦିଦିଙ୍କ ସହ ଯେତେ ଆଲୋଚନା କଲେ ମଧ୍ୟ ମମତା ଦିଦିଙ୍କ ପାଖରେ ଆମ ପାଇଁ ମାମତା ନାହିଁ । ଆଳୁ ମିଶନ, ପଣସ ମିଶନ ହେଲା କିନ୍ତୁ ରେଡଲ୍ଟ ସମସ୍ତଙ୍କୁ ଜଣା । ଭୋଟ ବ୍ୟାଙ୍କ ନାମରେ ମିଶନ ପରେ ମିଶନ କରି ଚାଷୀଙ୍କୁ ଠକି ଥିଲେ । ଚାଷୀଙ୍କ ଆଶା ଆକକ୍ଷାଂକୁ ପୁରଣ କରିନାହାନ୍ତି । ଚାଷୀଙ୍କ ଦୁଃଖୀରେ ଦୁଃଖୀ ହୋଇନାହାନ୍ତି । ଯେମିତିକି ଅପରେସନ ସକ୍ସେସ, ପେସେଣ୍ଟ ଡେଡ୍ । ତେଣୁ ସେମାନଙ୍କୁ ତୁମେ ମାନେ ସିଧା ସଳଖ ବିରୋଧୀ ଦଳରେ ବସାଇ ଦେଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୩ ଦିନ ଧରି ଚାଲିବ କୃଷି ଓଡିଶା ସମ୍ମିଳନୀ । ଏଥିରେ ୨୦୦ରୁ ଅଧିକ ଷ୍ଟଲରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ହଜାର କୃଷକ, କୃଷିଜୀବୀ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଅଣସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗୀ, ରପ୍ତାନୀକାରୀ, ଛାତ୍ରଛାତ୍ରୀ ଓ ଗବେଷକବୃନ୍ଦ ଏଥିରେ ଅଂଶଗ୍ରହଣ କରିଛନ୍ତି । ନୂତନ ଜ୍ଞାନକୌଶଳ ନେଇ ଚାଷୀଙ୍କୁ ଟ୍ରେନିଂ ଦିଆଯିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦଓ, ରଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, କୃଷକ କଲ୍ୟାଣ ବିଭାଗର ଶାସନ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।