ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ନିଲମ୍ବିତ, ଦାୟିତ୍ଵ ନେଲେ ଗୋପ ବିଡିଓ

Published By : Prameya | December 8, 2024 10:02 AM

: କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗରେ କୋଣାର୍କ ଏନଏସି ଅଧିକାରୀଙ୍କୁ ନିଲମ୍ବିତ କଲେ ପୁରୀ ଜିଲ୍ଲାପାଳ । ଦାଇତ୍ଵ ନେଲେ ଗୋପ ବିଡିଓ । ସୂଚନା ଅନୁଯାୟୀ, ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ହେଡ୍ କ୍ୱାର୍ଟରରେ ବାରମ୍ଵାର ଅନୁପସ୍ଥିତ ରହୁଥିଲେ ଏବଂ ବିଳମ୍ବରେ ଆସି ଶୀଘ୍ର ପଳାଉଥିଲେ ବୋଲି ଅଭିଯୋଗ ହେଉଥିଲା । ଅନେକ ସମୟରେ ଶ୍ରୀମତୀ ଗୋଏଙ୍କା ଅଫିସକୁ ମଧ୍ୟାହ୍ନ ୧୨ଟାରେ ଆସି ଅପରାହ୍ନ ୩ଟାରେ ପଳାନ୍ତି ବୋଲି କେତେକ କର୍ମଚାରୀ ଗୋପନୀୟ ଭାବେ ଜିଲ୍ଲାପାଳଙ୍କୁ ତଥ୍ୟ ଦେଇଥିଲେ । ଅନ୍ୟପଟେ ନିର୍ବାହୀ ଅଧିକାରୀ ବାତ୍ୟା ଦାନା ସମୟରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅନୁପସ୍ଥିତ ରହିଥିବା ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିଲା । 

ସବୁଠୁ ବଡ଼କଥା ହେଉଛି କୋଣାର୍କ ଉତ୍ସବ ସମୟରେ ମଧ୍ୟ କାର୍ଯ୍ୟରେ ଅବହେଳା ଓ ଅନୁପସ୍ଥିତ ରହୁଥିବା ଖବର ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା । କୋଣାର୍କ ଉତ୍ସବରେ ମୀନା ବଜାର ପରିଚାଳନା ଏନଏସି ପକ୍ଷରୁ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ପ୍ଲଟ୍ ବଣ୍ଟନ ନେଇ ସମସ୍ୟା ଓ ରାସ୍ତା ମରାମତି ଓ ମୋରମ ପକାଇବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ସହ ସଫେଇ କାର୍ଯ୍ୟରେ ବିଳମ୍ବ ରହିଥିଲା । ଏଥିସହିତ ଅନେକ ପଦ ଅଧିକାରୀ ମାନେ ଆସୁଥିବା ବେଳେ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଥିଲା । ଏନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହାକୁ ଗୁରୁତ୍ଵ ନେଇ କୋଣାର୍କ ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ତାଙ୍କ ସ୍ଥାନରେ ଗୋପ ବ୍ଲକରେ ଦକ୍ଷତା ସହ କାର୍ଯ୍ୟ କରୁଥିବା ବିଡିଓ ଛବି ରାଣୀ ସାହୁଙ୍କୁ ଦାୟିତ୍ଵ ଦିଆଯାଇଛି । 

 

 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.