ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଛ କହୁଛନ୍ତି, ଆମକୁ ଟଙ୍କା ଅଫର କରାଯାଇଥିଲା: କୋଲକାତା ପୀଡ଼ିତାଙ୍କ ମା’

କୋଲକାତା: ଆରଜି କର ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲରେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ପୀଡ଼ିତାଙ୍କ ମା’ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ମମତା ବାନାର୍ଜୀ ମିଛ କହୁଛନ୍ତି ଏବଂ ତାଙ୍କୁ ଝିଅ ମୃତ୍ୟୁ ପରେ ଟଙ୍କା ଅଫର କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହା ପୂର୍ବରୁ ଆଜି ପୀଡ଼ିତାଙ୍କ ମାଙ୍କୁ ପୋଲିସ ଟଙ୍କା ଯାଚିଥିବା ଅଭିଯୋଗକୁ ମମତା ବାନାର୍ଜୀ ଖଣ୍ଡନ କରିଥିଲେ । 

ପୀଡ଼ିତାଙ୍କ ମା’ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି । ସେ କହିଥିଲେ ମୋତେ କ୍ଷିତିପୂରଣ ମିଳିବ ଏବଂ ଝିଅର ସ୍ମୃତିରେ କିଛି ତିଆରି କରିବି । ସେତେବେଳେ ମୁଁ କହିଥିଲି, ଯେତେବେଳ ମୋ ଝିଅକୁ ନ୍ୟାୟ ମିଳିବ ସେବେ ମୁଁ ଆପଣଙ୍କ କାର୍ଯ୍ୟାଳୟକୁ ଯିବି ଏବଂ କ୍ଷତିପୂରଣ ଗ୍ରହଣ କରିବି ।’  ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ମମତା ବାନାର୍ଜୀ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ହେଉଥିବା ଆନ୍ଦୋଳନର ଗଳା ଚିପିବାକୁ ଚେଷ୍ଟା କରୁଛନ୍ତି । ଏହା ସହ ମମତା ବାନାର୍ଜୀ ଲୋକଙ୍କୁ ଆନ୍ଦୋଳନ ବନ୍ଦ କରି ଆଗାମୀ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି କରିବାକୁ କହିବା ଅମାନୁଷିକ ମନୋଭାବ । ମୋ ପାଇଁ ଏହା ଅମାନବୀୟ କାରଣ ମୁଁ ମୋର ଝିଅକୁ ହରାଇଛି । ଯଦି ଦେଶବାସୀ ଆନ୍ଦୋଳନ ବନ୍ଦ କରି ଦୁର୍ଗା ପୂଜା ପାଇଁ ଫେରିବାକୁ ଚାହୁଁଛନ୍ତି ତେବେ ସେମାନେ ଯାଇପାରନ୍ତି ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି । 

ସେ ଆହୁରି କହିଛନ୍ତି, ‘ଆମ ଘରେ ମଧ୍ୟ ଦୁର୍ଗା ପୂଜା ପାଳନ କରାଯାଏ । ଘରେ ମୋ ଝିଅ ବଡ଼ ଧୁମଧାମରେ ଦୁର୍ଗା ପୂଜା ପାଳନ କରେ । କିନ୍ତୁ ଏବେ ଆମ ଜୀବନରେ ଅନ୍ଧାର ଖେଳିଯାଇଛି । ଏଭଳି ସମୟରେ ମୁଁ କିଭଳି ଲୋକମାନଙ୍କୁ ଦୂର୍ଗା ପୂଜା ପାଳନ ପାଇଁ କହିପାରିବି । ’ ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ପୀଡ଼ିତାଙ୍କ ମା’ କହିଛନ୍ତି, ଯଦି ଏଭଳି ଘଟଣା ତାଙ୍କ ଘରେ ଘଟିଥାନ୍ତା ତେବେ ସେ କଣ ଏଭଳି କହିପାରି ଥାନ୍ତେ ? ଆଜି ସକାଳେ ମମତା ବାନାର୍ଜୀ ଆନ୍ଦୋଳନକାରୀଙ୍କୁ ଫେରିଯିବାକୁ ଅପିଲ କରିଥିଲେ । ଆନ୍ଦୋଳନ କରିବା ଦ୍ବାରା ସହରରେ ବୟସ୍କ ଲୋକମାନଙ୍କୁ ଅସୁବିଧା ହେଉଛି । ଶବ୍ଦ ପ୍ରଦୂଷଣ ହେଉଛି । ଆଗାମୀ ପୂଜା ପାଇଁ ଫରିଯାଅ ଏବଂ ସିବିଆଇକୁ ତାର ତଦନ୍ତ ପୂରା କରିବାକୁ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ । 

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.