ପ୍ରମୂଖ ଖବର
  • ଭଦ୍ରକ : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ମାର୍ଚ୍ଚରୁ ମେ’ ଜଳାଇବ ତାତି, ଉତ୍ତର-ପଶ୍ଚିମ ଓଡ଼ିଶାରେ କଲବଲ କରିବ ଖରା
  • ||

ଚୈତ୍ର ନବରାତ୍ରୀରେ କରନ୍ତୁ ମାଆ ଦୁର୍ଗାଙ୍କ ଆରାଧନା, ଜାଣନ୍ତୁ ଘଟ ସ୍ଥାପନର ଶୁଭ ସମୟ...

Published By : Harapriya Sethi | February 28, 2025 12:09 PM

ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ କରି ନବମୀ ତିଥି ପର୍ଯ୍ୟନ୍ତ ଚୈତ୍ର ନବରାତ୍ରୀ ପାଳନ କରାଯାଏ । ଏହି ୯ ଦିନରେ ଜଗତ୍‌ଜନନୀ ଆଦିଶକ୍ତି ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ଲୋକେ । ମାଆଙ୍କ ୯ଟି ରୂପକୁ ଲୋକେ ପୂଜା କରି ବ୍ରତ ପାଳନ କରି ତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ଧାର୍ମିକ ମାନ୍ୟତା ରହିଛି ଯେ, ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସାଧକର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । 

ହିନ୍ଦୁ ଧର୍ମରେ ଜଗତର ଦେବୀ ମାଆ ଦୁର୍ଗାଙ୍କ ମହିମା ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି । ମାଆ ନିଜ ଭକ୍ତଙ୍କର ସମସ୍ତ ଦୁଃଖର ବିନାଶ କରିଥାନ୍ତି । ଚୈତ୍ର ଅମାବାଶ୍ୟାରେ ମାଆଙ୍କ ନବରାତ୍ରୀ ଉପବାସ କରି ବ୍ରତ ପାଳନ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋବାଞ୍ଝା ପୂରଣ ହୋଇଥାଏ । ତେବେ ଆସନ୍ତୁ ଚୈତ୍ର ନବରାତ୍ରୀର ତିଥି ସହ ସମସ୍ତ ଶୁଭ ମୁହୂର୍ତ୍ତ ବିଷୟରେ ଜାଣିବା । 

ବୈଦିକ ପଞ୍ଚାଙ୍ଗ ଅନୁଯାୟୀ, ଚୈତ୍ର ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥି ମାର୍ଚ୍ଚ ୨୯ ତାରିଖ (ଶନିବାର) ଅପରାହ୍ନ ୪ଟା ୨୭ ରେ ଆରମ୍ଭ ହେବ । ଏହାର ପରଦିନ ଅର୍ଥାତ ମାର୍ଚ୍ଚ ୩୦ ତାରିଖ (ରବିବାର) ମଧ୍ୟାହ୍ନ ୧୨ଟା ୪୯ ରେ ପ୍ରତିପଦା ତିଥି ସମାପ୍ତ ହେବ । ଏହି ଦିନ ଘଟ ସ୍ଥାପନ କରାଯିବ । ଏହି ଦିନ ଠାରୁ ହିଁ ଚୈତ୍ର ନବରାତ୍ରୀର ଶୁଭାରମ୍ଭ ହେବ ।

ଘଟ ସ୍ଥାପନର ଶୁଭ ସମୟ-

ବୈଦିକ ଗଣନା ଅନୁସାରେ, ମାର୍ଚ୍ଚ ୩୦ ତାରିଖ ଶନିବାର ସକାଳ ୬ ଟା ୧୩ ମିନିଟରୁ ଆରମ୍ଭ କରି ୧୦ଟା ୨୨ ମିନିଟ ସମୟ ଅବଧି ମଧ୍ୟରେ ଘଟ ସ୍ଥାପନ କରାଯାଇ ପାରିବ । ଏହାଛଡ଼ା, ଦିନ ୧୨ ଟା ୦୧ ରୁ ଆରମ୍ଭ ହୋଇ ୧୨ଟା ୫୦ ମିନିଟ ପର୍ଯ୍ୟନ୍ତ ଅଭିଜିତ୍‌ ମୁହୂର୍ତ୍ତ ରହିବ । ଏହି ସମୟ ଅବଧିରେ ମଧ୍ୟ ଆପଣ ଘଟ ସ୍ଥାପନ କରିପାରିବେ । ଏହି ଦିନର ଦୁଇଟି ସମୟରେ ଆପଣ ଘଟ ସ୍ଥାପନ କରି ପାରିବେ । 

ଶୁଭ ସଂଯୋଗ-

ଚୈତ୍ର ନବରାତ୍ରୀର ପ୍ରଥମ ଦିନ ଅର୍ଥାତ ଘଟ ସ୍ଥାପନ ଦିନ ସମସ୍ତ କାର୍ଯ୍ୟ ସିଦ୍ଧି ଯୋଗ ଏବଂ ଇନ୍ଦ୍ରଙ୍କ ସଂଯୋଗ ସୃଷ୍ଟି ହେବ । କେବଳ ସେତିକି ନୁହେଁ, ଏହି ଦିନ ଶିବବାସର ମଧ୍ୟ ସଂଯୋଗ ହେବ । ଏହି ଶୁଭ ସଂଯୋଗରେ ମାଆ ଦୁର୍ଗାଙ୍କ ୯ଟି ରୂପର ପୂଜାର୍ଚ୍ଚନା କରିବା କରିବା ଦ୍ୱାରା ଆପଣଙ୍କ ସମସ୍ତ ପ୍ରକାରର ମନୋବାଞ୍ଝା ପୂରଣ ହେବ । ଏହା ସହ ଜୀବନରେ ସୁଖ ସମୃଦ୍ଧିର ଆଗମନ ମଧ୍ୟ ହେବ ।

ମାଆ ଦୁର୍ଗାଙ୍କ ଆଗମନ ପାଇଁ ଶ୍ଲୋକ-

ଶଶି ସୂର୍ଯ୍ୟ ଗଜରୁଢା ଶନିଭୌମୈ ତୁରଂଗମେ ।

ଗୁରୌଶୁକ୍ରେଚ ଦୌଲାୟାଂ ବୁଧେ ନୌକାପ୍ରକୀର୍ତିତା ।।

ଗଜେଶ ଜଳଦା ଦେବୀ କ୍ଷତ୍ରଭଂଗ ତୁରଂଗମେ ।

ନୌକାୟାଂ କାର୍ଯ୍ୟସିଦ୍ଧିସ୍ୟାତ୍ ଦୋଲାୟୋଂ ମରଣଧୁରବମ୍‌ ।।

ଏହି ଶ୍ଲୋକ ଦେବୀ ପୁରାଣରେ ଲିଖିତ ହୋଇ ରହିଛି । ରବିବାର ଦିନ ଜଗତ୍‌ଜନନୀ ମାଆ ଦୁର୍ଗା ହାତୀ ଉପରେ ବସି ଆସିଥାନ୍ତି । ହାତୀ ଉପରେ ବସି ମାଆ ଦର୍ଗାଙ୍କ ଆଗମନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ତେଣୁ ଏହି ସମୟ ଅବଧି ମଧ୍ୟରେ ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ । କେବଳ ସେତିକି ନୁହେଁ, ଜୀବନର ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୂରେଇ ଯାଇଥାଏ । 

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.