ପ୍ରମୂଖ ଖବର
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ଦର୍ଶ ଅମାବାସ୍ୟାରେ ଦାନ କରନ୍ତୁ ଏହି ସବୁ ଜିନିଷ , ମିଳିବ ପୂର୍ବ ପୁରୁଷଙ୍କ ଆଶୀର୍ବାଦ

Published By : prameya | February 27, 2025 9:02 AM

ହିନ୍ଦୁ ଧର୍ମରେ ଦର୍ଶ ଅମାବାସ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଯାହା ପୂର୍ବପୁରୁଷଙ୍କ ପ୍ରତି ଉତ୍ସର୍ଗୀକୃତ। ଅମାବାସ୍ୟା ପ୍ରତି ମାସରେ ଆସେ। କିନ୍ତୁ ଫାଲଗୁନ ମାସର କୃଷ୍ଣ ପକ୍ଷର ଅମାବାସ୍ୟାକୁ ଦର୍ଶ ଅମାବାସ୍ୟା କୁହାଯାଏ। ଏହି ଦିନ ପୂର୍ବପୁରୁଷଙ୍କ ପାଇଁ ତର୍ପଣ, ପିଣ୍ଡଦାନ ଏବଂ ଶ୍ରାଦ୍ଧ ଅର୍ପଣ କରାଯାଏ। ଯାହା ସେମାନଙ୍କ ଆତ୍ମାକୁ ଶାନ୍ତି ଦିଏ। ବିଶ୍ୱାସ କରାଯାଏ ଯେ ଦର୍ଶ ଅମାବାସ୍ୟାରେ ପୂର୍ବପୁରୁଷଙ୍କୁ ପୂଜା କରିବା ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ। ଏହି ଦିନରେ ଦାନ କରିବା ଦ୍ୱାରା ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ। ଦର୍ଶ ଅମାବାସ୍ୟାରେ ଚନ୍ଦ୍ରଙ୍କ ପୂଜା କରିବାର ମଧ୍ୟ ବିଶେଷ ମହତ୍ତ୍ୱ ଅଛି। ଏହା ଲୋକଙ୍କୁ ମାନସିକ ଶାନ୍ତି ଦିଏ।

ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ମାସର ଅମାବାସ୍ୟା ତିଥି ଫେବୃଆରୀ ୨୭ ତାରିଖ ଅର୍ଥାତ ଆଜି ସକାଳ ୮ଟା ୫୪ ମିନିଟରେ ଆରମ୍ଭ ହୋଇଛି। ଆଉ ଏହା ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୨୮ ତାରିଖ ସକାଳ ୬ଟା ୧୪ ରେ ଶେଷ ହେବ। ସୂର୍ଯ୍ୟୋଦୟ ଆଧାରରେ ଅମାବାସ୍ୟା ତିଥି ଗଣନା କରାଯାଏ। ଏପରି ପରିସ୍ଥିତିରେ ଫାଲଗୁନ ମାସର ଦର୍ଶ ଅମାବାସ୍ୟା ଆଜି ପାଳନ କରାଯାଉଛି। କାରଣ ଅମାବାସ୍ୟାର ପୂଜା ରାତିରେ କରାଯାଏ।

 ଅମାବାସ୍ୟାରେ ଦାନ କରନ୍ତୁ ଏହି ଜିନିଷ 

ଦର୍ଶ ଅମାବାସ୍ୟାରେ ଖାଦ୍ୟ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଆପଣ ଗରିବ ଏବଂ ଅସହାୟଙ୍କୁ ଖାଦ୍ୟ ଦାନ କରିବା କିମ୍ବା ଶସ୍ୟ,ଡାଲି,ଚାଉଳ ଇତ୍ୟାଦି ଦାନ କରିପାରିବେ। ସେହିପରି ବସ୍ତ୍ର ଦାନ କରିବା ଦ୍ୱାରା ମଧ୍ୟ ପୁଣ୍ୟ ମିଳିଥାଏ। ଆପଣ ଗରିବ ଲୋକଙ୍କୁ ଗରମ ପୋଷାକ,କମ୍ବଳ,ଜୋତା ଇତ୍ୟାଦି ଦାନ କରିପାରିବେ। ତିଳ ଦାନ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତିଳ ଦାନ କରିବା ଦ୍ୱାରା ପୂର୍ବପୁରୁଷଙ୍କୁ ଶାନ୍ତି ମିଳିଥାଏ।ସେହିପରି ଗୁଡ଼ ,ଘିଅ, ଜଳ  ଦାନ କରିବା ଦ୍ୱାରା ପୂର୍ବପୁରୁଷଙ୍କୁ ମଧ୍ୟ ଶାନ୍ତି ମିଳିଥାଏ। ଦର୍ଶ ଅମାବାସ୍ୟାରେ ଦାନ କରିବା ସମୟରେ ମନରେ ବିଶ୍ୱାସ ଏବଂ ଭକ୍ତିର ଭାବନା ରହିବା ଉଚିତ। ଦାନ ସର୍ବଦା ଅସହାୟମାନଙ୍କୁ ଦାନ କରାଯିବା ଉଚିତ। ଯାହାର ଆବଶ୍ୟକତା ନାହିଁ,ତାଙ୍କୁ ଦାନ କରନ୍ତୁ ନାହିଁ। ଦାନ କରିବା ସମୟରେ, ମନରେ କୌଣସି ପ୍ରକାରର ଅହଂକାର ରଖିବା ଉଚିତ୍ ନୁହେଁ। ଦାନ ସର୍ବଦା ଗୁପ୍ତ ଭାବରେ କରାଯିବା ଉଚିତ। ଦର୍ଶ ଅମାବାସ୍ୟାରେ ଦାନ କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିବା ସହ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ। ଏହା ବ୍ୟତୀତ ଘରେ ଖୁସି ବଜାୟ ରହିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.