ଚଳିତ ବର୍ଷ ଫାଲଗୁନ ଅମାବାସ୍ୟା ଫେବୃଆରୀ ୨୭ ତାରିଖ ଅର୍ଥାତ ଆଜି ପଡ଼ୁଛି । ଦିନ୍ଦୁ ଧର୍ମରେ ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି । ଏହି ପବିତ୍ର ତିଥିରେ କେବଳ ଗଙ୍ଗା ସ୍ନାନ କରାଯାଏ ନାହିଁ, ବରଂ ପୂଜା, ଜପ, ତପସ୍ୟା ଏବଂ ଦାନ ମଧ୍ୟ କରାଯାଏ । ଅମାବାସ୍ୟା ତିଥିରେ ପୂର୍ବପୁରୁଷଙ୍କୁ ନୈବେଦ୍ୟ ଏବଂ ପିଣ୍ଡଦାନ ମଧ୍ୟ କରାଯାଏ।
ଜ୍ୟୋତିର୍ବିଦଙ୍କ ମତରେ, ଫାଲଗୁନ ଅମାବାସ୍ୟାରେ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି । ଏହି ଯୋଗରେ ଦେବତାମାନଙ୍କ ଦେବତା ମହାଦେବଙ୍କୁ ପୂଜା କରିବା ଦ୍ୱାରା, ଭକ୍ତଙ୍କ ପ୍ରତ୍ୟେକ ଇଚ୍ଛା ପୂରଣ ହୋଇଥାଏ । ଏଥି ସହିତ, ଆପଣଙ୍କୁ ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ଆସନ୍ତୁ, ଫାଲଗୁଣ ଅମାବାସ୍ୟାର ଶୁଭ ସଂଯୋଗ ବିଷୟରେ ଜାଣିବା ।
ବୈଦିକ ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ଅମାବାସ୍ୟା ଫେବୃଆରୀ ୨୭ ତାରିଖ ସକାଳ ୮ଟା ୫୪ ରେ ଆରମ୍ଭ ହେବ । ଏହାର ପରଦିନ ଅର୍ଥାତ ଫେବୃଆରୀ ୨୮ ତାରିଖ ସକାଳ ୬ଟା ୧୪ ରେ ଶେଷ ହେବ । ଉଦୟ ତିଥି ଅନୁସାରେ, ଫାଲଗୁନ ଅମାବାସ୍ୟା ଫେବୃଆରୀ ୨୭ ତାରିଖରେ ପାଳନ ହେବ ।
ଫାଲଗୁନ ଅମାବାସ୍ୟାର ଶୁଭ ଯୋଗ-
ଫାଲଗୁନ ଅମାବାସ୍ୟାରେ ଶିବଯୋଗର ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି । ଏହି ସଂଯୋଗ ରାତି ୧୧ଟା ୪୧ରେ ସମାପ୍ତ ହେବ। ଏହା ପରେ ସାଧ୍ୟ ଯୋଗର ସଂଯୋଗ ହେବ। ଜ୍ୟୋତିଷମାନେ ଏହି ଶିବ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମାନିଥାନ୍ତି । ଏହି ଯୋଗରେ ଗଙ୍ଗା ସ୍ନାନ କରି ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ସମସ୍ତ ପାପ ନଷ୍ଟ ହୋଇଥାଏ । ଏହା ସହିତ ସମସ୍ତ ମନୋବାଞ୍ଚା ମଧ୍ୟ ପୂରଣ ହୁଏ।
ଶିବବାସ ଯୋଗ-
ଫାଲଗୁନ ଅମାବାସ୍ୟାରେ ଶିବଯୋଗ ସହିତ, ଶିବବାସ ଯୋଗର ମଧ୍ୟ ସଂଯୋଗ ହେଉଛି । ଆଜି ସକାଳ ୮ଟା ୫୪ ରୁ ଶିବବାସ ଯୋଗ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସହିତ କୈଳାସରେ ଏକାଠି ରହିବେ। ଏହି ସମୟରେ ଭଗବାନ ଶିବଙ୍କୁ ଅଭିଷେକ କରିବା ଦ୍ୱାରା ଭକ୍ତଙ୍କ ସୁଖ ଏବଂ ସୌଭାଗ୍ୟ ବୃଦ୍ଧି ପାଇବ । ଫାଲଗୁନ ଅମାବାସ୍ୟାରେ ଧନିଷ୍ଠା ଏବଂ ଶତଭିଷା ନକ୍ଷତ୍ର ସୃଷ୍ଟି ହେଉଛି । ଏତି ସହିତ ଅଭିଜିତ୍ ମୁହୂର୍ତ୍ତର ସଂଯୋଗ ମଧ୍ୟ ରହିଛି । ଅଭିଜିତ୍ ମୁହୂର୍ତ୍ତ ଦିନ ୧୨ଟା୧୧ ରୁ ଆରମ୍ଭ ହୋଇ ୧୨ ଟା ୫୭ ପର୍ଯ୍ୟନ୍ତ ରହିବ ।