ନୂଆଦିଲ୍ଲୀ ,୧୨/୧୨: ବିମାନରେ ଯାତ୍ରା କରିବାକୁ କାହାକୁ ବା ଭଲ ନଲାଗେ । ଏହା ଅନେକଙ୍କ ସ୍ବପ୍ନ ହୋଇଥାଏ । ମାତ୍ର ଫ୍ଲାଇଟରେ ଯାତ୍ରା କଲେ ଅନେକଙ୍କ କାନ ବିନ୍ଧା ହୋଇଥାଏ । କାନରେ ଭୀଷଣ ଯନ୍ତ୍ରଣା ହୋଇଥାଏ । ରକ୍ତ ମଧ୍ୟ ବାହାରିଥାଏ । ଏହି ସମସ୍ୟାରୁ ମୁକୁଳିବାକୁ କିଛି ଟିପ୍ସ ଆପଣାନ୍ତୁ ତୁରନ୍ତ ଆରାମ ମିଳିବ ।
ବିମାନ ଯାତ୍ରା ସମୟରେ କାନରେ ଦେଖାଯାଉଥିବା ସମସ୍ୟାକୁ ଏୟାରପ୍ଲେନ ଇୟର କୁହାଯାଏ । ଫ୍ଲାଇଟରେ ବସିବାକୁ ଯେତେ ଖୁସି ମନରେ ଥାଏ ଟେକଅଫ ହେବା ମାତ୍ର ତାହା ଫିକା ପଡିଯାଏ । କାରଣ ଅନେକଙ୍କ କାନ ସମସ୍ୟା ଦେଖାଦିଏ । କିଛି ଶୁଣାଯାଏ ନାହିଁ । ଏୟାରପ୍ଲେନ ଇୟରକୁ ମେଡିକାଲ ଭାଷାରେ ବାରୋଟ୍ରମା ବା ଏରୋ ଓଟିଟିଷ୍ଟ ମିଡିଆ କୁହାଯାଏ । ସାଧାରଣତ ଆମେ ଫ୍ଲାଇଟରେ ଯାତ୍ରା କରିବା ସମୟରେ ବାହାର ପ୍ରେସର ଅଧିକ ହୋଇଥାଏ । ଫଳରେ ଆମ ଇୟରଡ଼୍ରମ ରିଟ୍ରାସନ ବା ଭିତରକୁ ଚାଲିଯାଇଥାଏ । ଫଳରେ କାନ ଭାରି ହୋଇଯାଏ । ବ୍ଲକ ହୋଇଥାଏ ଶୁଣିବାରେ ସମସ୍ୟା ଉପୁଜିଥାଏ ।
ଏୟାରପ୍ଲେନ ଇୟର- ଏହି ସମସ୍ୟାର ବିଭିନ୍ନ ଲକ୍ଷଣ ଥାଏ । କାନ ଭାରି ହୋଇଯାଏ । ବନ୍ଦ ହୋଇଯିବା । ଶୁଣା ନଯିବା । କାନରେ ଯନ୍ତ୍ରଣା ହେବା । ରିଙ୍ଗଙ୍ଗ୍ ପରି ଶୁଣାଯାଏ । କେବେ କେବେ ମୁଣ୍ଡ ବୁଲାଇଦିଏ । ମେଡିକାଲ ଚିକିତ୍ସା ଦ୍ବାରା ଏହି ସମସ୍ୟା ଠିକ ହୋଇଥାଏ । ଏ ନେଇ ମେଡିସିନ ମଧ୍ୟ ରହିଛି ।
ସମାଧାନ- ବିମାନରେ ଯାତ୍ରା ସମୟରେ କାନ ସମସ୍ୟା ଥିଲେ ଫ୍ଲାଇଟ ଟେକଅଫ୍ ବେଲେ ଶୁଅନ୍ତୁ ନାହିଁ । ଚୁଇଁଗମ ଚୋବାନ୍ତୁ । ଚକୋଲେଟ ଖାଇପାରିବେ । ପାଣି ପିଇପାରିବେ । ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ବିମାନରେ ଯାତ୍ରା କରନ୍ତୁ ନାହିଁ । ଏହା ବିପଦ ଆଣିଥାଏ । କାନ ଫାଟି ଯିବାର ସମ୍ଭାବନା ରହିଥାଏ।