ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ଶଙ୍ଖ ଚିହ୍ନ, ଉନ୍ନତି ଓ ପ୍ରଗତିର ଚିହ୍ନ: ଭି.କେ ପାଣ୍ଡିଆନ

ବୌଦ୍ଧ, ୫।୫: ବୌଦ୍ଧରେ ଭି.କେ ପାଣ୍ଡିଆନଙ୍କ ଜୋରଦାର୍ ପ୍ରଚାର । ନିଜ ଅଭିଭାଷଣରେ ୪୦ ହଜାର ମାର୍ଜିନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଛନ୍ତି । ଶଙ୍ଖ ଚିହ୍ନ, ଉନ୍ନତି ଓ ପ୍ରଗତିର ଚିହ୍ନ ବୋଲି କହିଛନ୍ତି ପାଣ୍ଡିଆନ । ପୁରୁଣା କଟକକୁ NAC ଓ ବୌଦ୍ଧକୁ ମୁନିସିପାଲିଟି ମାନ୍ୟତା ଦିଆଯାଇଛି । ଭୈରବୀ ମନ୍ଦିରକୁ ୪ କୋଟି, ଚନ୍ଦ୍ରଚୂଡ଼ ମନ୍ଦିରକୁ ୩.୫ କୋଟି, ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ୍‌ର ରୂପାନ୍ତର ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଥିବା କହିଛନ୍ତି । 

ରାଜନୀତିକୁ ସେବା ମନୋବୃତ୍ତି ନେଇ ଅଚ୍ୟୁତ ବାବୁ ଆସିଥିବା ବେଳେ ପ୍ରଦୀପ ବାବୁଙ୍କର ଅଞ୍ଚଳର ବିକାଶ ପାଇଁ ଯଥେଷ୍ଟ ଅବଦାନ ରହିଛି ବୋଲି ପାଣ୍ଡିଆନ କହିଛନ୍ତି । ଡଃ ଅଚ୍ୟୁତ ସାମନ୍ତ ମଧ୍ୟ ନିଜ ଅଭିଭାଷଣରେ କହିଛନ୍ତି ଓଡ଼ିଶାର ସମସ୍ତ କ୍ଷେତ୍ରର ବିକାଶ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ କାର୍ତ୍ତିକ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇଛି । ନବୀନ ପଟ୍ଟନାୟକଙ୍କ ଯୁଗ ହେଉଛି, ଓଡ଼ିଶା ପାଇଁ ଶାନ୍ତିର ଯୁଗ ବୋଲି ଅଚ୍ୟୁତ ସାମନ୍ତ ନିଜ ଅଭିଭାଷଣରେ ଉଦ୍‌ବୋଧନ ଦେଇଥିଲେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.