ପ୍ରମୂଖ ଖବର
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ବିଜେପି,ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୦୬/୧୧:  ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ବିଜେପି।  ମହାରାଷ୍ଟ୍ର ନିର୍ବାଚନ ପାଖେଇ ଆସିଥିବା ବେଳେ ବିଦ୍ରୋହୀ ନେତାଙ୍କ ବିରୋଧରେ ଦଳ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ୩୭ ଟି ଆସନରେ ବିଦ୍ରୋହ କରିଥିବା ୪୦ ବିଦ୍ରୋହୀମାନଙ୍କୁ ଦଳରୁ ବହିଷ୍କାର କରିଛି। ଏହାପୂର୍ବରୁ ଉଦ୍ଧବ ଠାକରେ ମଧ୍ୟ ଶିବସେନା-ୟୁବିଟିର ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଉଦ୍ଧବ ଠାକରେ ୫ ନେତାଙ୍କୁ ବହିଷ୍କାର କରିଥିଲେ, ଏଥିରେ ଭିଓ୍ୱଣ୍ଡିର ପୂର୍ବତନ ବିଧାୟକ ରୂପେଶ ମହାତ୍ରେ, ବିଶ୍ୱସ ନନ୍ଦେକର, ଚନ୍ଦ୍ରକାନ୍ତ ଘୁଗୁଲ, ସଞ୍ଜୟ ଆୱାରୀ ଏବଂ ପ୍ରସାଦ ଠାକରେ ସାମିଲ ଥିଲେ।

ତେବେ ସମସ୍ତ ଦଳ ବିଦ୍ରୋହୀମାନଙ୍କ ପ୍ରତି କଠୋର ମନୋଭାବ ଗ୍ରହଣ କରୁଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ନେତାଙ୍କ ବିଦ୍ରୋହୀ ସ୍ୱର ମଧ୍ୟ ଉତ୍ତୋଳନ ହେବାରେ ଲାଗିଛି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାୟୁତିଙ୍କ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ବିଦ୍ରୋହୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍ ନୁହେଁ। ସେପଟେ ମହା ବିକାଶ ଆଘାଡିଙ୍କ ସହଯୋଗୀ ଶରଦ ପାୱାର ଏବଂ ଉଦ୍ଧବ ଠାକରେ ମଧ୍ୟ ବିଦ୍ରୋହୀମାନଙ୍କୁ ଚେତାବନୀ ଦେଇଛନ୍ତି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ୨୦ ନଭେମ୍ବରରେ ଭୋଟ୍‌ ହେବ। ନଭେମ୍ବର ୨୩ ରେ ଫଳାଫଳ ଘୋଷଣା କରାଯିବ। ଏଥର ବିଜେପି ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛି। ଦ୍ୱିତୀୟ ସ୍ଥାନରେ କଂଗ୍ରେସ ଏବଂ ତା’ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱଧିନ ଶିବସେନା ଅଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ଚତୁର୍ଥ ସ୍ଥାନରେ ଏବଂ ଶେଷରେ ଡେପୁଟି ସିଏମ ଅଜିତ ପାୱାରଙ୍କ ଏନ୍‌ସିପି ପାର୍ଟି ଷଷ୍ଠ ସ୍ଥାନରେ ରହିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.