ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଦୃଷ୍ଟି ଅଢୁଆଳରେ କିମ୍ବଦନ୍ତୀର କାଞ୍ଜିଆମ୍ବ ଗୁମ୍ଫା: ସାଇତି ରଖିଛି ପୌରାଣିକ, ଐତିହାସିକ କଥାବସ୍ତୁ...

ଦେବଗଡ଼,୦୧/୦୧(ପୃଥ୍ୱୀରାଜ ପଟ୍ଟନାୟକ): ବଣ ପାହାଡ଼  ଘେରା ଦେବଗଡ଼ ଜିଲ୍ଲାରେ ଭରି ରହିଛି ପ୍ରକୃତିର ଅମାପ  ସୌନ୍ଦର୍ଯ୍ୟ । ଦେବଦେବୀ ପୀଠ ସାଙ୍ଗକୁ ପାହାଡ଼ ଗୁମ୍ଫାର  ରହସ୍ୟମୟ କଥାବସ୍ତୁ ଐତିହାସିକ ଓ ପୌରାଣିକ  କିମ୍ବଦନ୍ତୀ ବହନ କରେ । ମାତ୍ର ପ୍ରଶାସନିକ ଅବହେଳା  କାରଣରୁ ସେଗୁଡ଼ିକ ଲୋକଲୋଚନକୁ ଆସିପାରୁନାହିଁ ।  ରିଆମାଳ ବ୍ଲକ୍‌ କାଞ୍ଜିଆମ୍ବ ଗୁମ୍ଫା ହେଉଛି ସେଭଳି ଏକ  ରହସ୍ୟମୟ ସ୍ଥଳି ଯାହା ମହାଭାରତ ଯୁଗର କାହାଣୀ  ଓ କିମ୍ବଦନ୍ତୀ ବକ୍ଷରେ ସାଇତି ରଖିଛି । ସେଠାରେ ଥିବା  ୧୮ଟି ବିଚିତ୍ର ଗୁମ୍ଫାର ଅନେକ ଗୁଢ଼ ରହସ୍ୟ ଉଜାଗର ହେବା ଜରୁରୀ । ମାତ୍ର ଏହା ପ୍ରତ୍ନତତ୍ତ୍ୱ ବିଭାଗର ଦୃଷ୍ଟି  ଆକର୍ଷଣ କରିପାରି ନ ଥିବାରୁ ଏଯାଏ ଅବହେଳାର  ଶିକାର ହୋଇ ରହିଛି ।  

“କାଞ୍ଜିଆମ୍ବ ଗୁମ୍ଫା’ର ଉତ୍ପତ୍ତି ବିଷୟରେ ସେଭଳି  କିଛି ଐତିହାସିକ ପୃଷ୍ଟଭୂମି ନଥିଲେ ମଧ୍ୟ ପ୍ରଚଳିତ  କିମ୍ବଦନ୍ତୀ ବେଶ୍‌ କୌତୂହଳପୂର୍ଣ୍ଣ । ପୌରାଣିକ  କିମ୍ବଦନ୍ତୀ ଅନୁସାରେ ଧର୍ମରାଜ ଯୁଧିଷ୍ଠିର ଦାୟାଦ ରାଜା  ପରୀକ୍ଷିତଙ୍କୁ ରାଜ୍ୟଭାର ଦେଇ ଦ୍ରୌପଦୀ ଓ ଚାରି  ଭାଇଙ୍କ ସହ ହସ୍ତିନାପୁରରୁ ପୂର୍ବ ଭାରତକୁ ତୀର୍ଥଯାତ୍ରାରେ  ବାହାରିଥିଲେ । ପଞ୍ଚୁ ପାଣ୍ଡବ ପଶ୍ଚିମ ଉତ୍କଳ (ପ୍ରାଚୀନ  ଉତ୍କଳ)ର ବୁଦ୍ଧ ପର୍ବତର ପାଦ ଦେଶରେ ପହଞ୍ଚିବା  ପରେ ପ୍ରଚଣ୍ଡ ରୌଦ୍ରତାପରେ ତୃଷାର୍ତ୍ତ ହୋଇଥିଲେ ।  ତାଙ୍କ ବିକଳ ସହି ନପାରି ଭଗବାନ ଶ୍ରୀକୃଷ୍ଣ ପାଖରେ  ଥିବା ହୁଳି ନଦୀ ପଥରଧାରରେ ୨ଟି ଗଣ୍ଡ ସୃଷ୍ଟି କଲେ,  ଯାହା ‘ଭାଇ ଭଉଣୀ ଦର୍ହ’ ନାମରେ ପରିଚିତ । ପରେ  ଯୁଧିଷ୍ଠିର ଉକ୍ତ ଗଣ୍ଡ ନିକଟରେ ମାଁ ପଦ୍ମାସିନୀଙ୍କୁ ପ୍ରତିଷ୍ଠା  କରି ପୂଜା କରିଥିଲେ । ପରେ ଜଳପାନ କରି ଶୋଷ  ମେଣ୍ଟାଇଥିଲେ । ସେଠାରୁ ପାଣ୍ଡବ ଆଉଳି ନଦୀ ପାର  ହେବା ବେଳେ ଘଡ଼ଘଡି ଓ ବର୍ଷା ହୋଇଥିଲା । ପୁଣି  ସଖା କୃଷ୍ଣଙ୍କୁ ପ୍ରାର୍ଥନା କରିବାରୁ ସେ କାଞ୍ଜିଆମ୍ବ ପାହାଡ଼ରେ  ଏକ ଗୁମ୍ଫା ସୃଷ୍ଟି କରିଥିଲେ । ସେଠାରେ ପାଣ୍ଡବ ଭ୍ରାତା ଓ  ଦ୍ରୌପଦୀ ଆଶ୍ରୟ ନେଇଥିଲେ । ଏହି ସମୟରେ ଗୁମ୍ଫାକୁ  ଜଙ୍ଗଲୀ ଜନ୍ତୁ ବି ପଶିଥିଲେ । ଏହାଦେଖି ଦ୍ରୌପଦୀ  ଭୟ କରନ୍ତେ ଯୁଧିଷ୍ଠିର ଭୀମଙ୍କୁ ସେମାନଙ୍କ ପାଇଁ ଉକ୍ତ  ପାହାଡ଼ରେ ଆଉ କେତୋଟି ଗୁମ୍ଫା ତିଆରି କରିବାକୁ  ଆଦେଶ ଦେଲେ । ଏବେବି ଉକ୍ତ ପାହାଡ଼ରେ ଭାଲୁ ଗୁମ୍ଫା,  ବାଘ ଗୁମ୍ଫା, ଝିଙ୍କି ଗୁମ୍ଫା, ହାତୀ ଗୁମ୍ଫା, ବାଦୁଡ଼ି ଗୁମ୍ଫା ଓ  ଋଷି ଗୁମ୍ଫା ନାମରେ ଅଦ୍ୟାବଧି ଦଣ୍ଡାୟମାନ ରହିଛି ।  ଏପରିକି ଉକ୍ତ ପାହାଡ଼ର ବାଦୁଡ଼ି ଗୁମ୍ଫା ଓ ଭାଲୁ ଗୁମ୍ଫା  ମଝିରେ ଥିବା ଏକ ବିରାଟ ପଥର କାନ୍ଥରେ କେତେକ  ଶିଳାଲେଖ ଓ ହାତ ପାପୁଲି ଚିହ୍ନ ରହିଛି । ଏହା ଭୀମଙ୍କ  ହାତ ପାପୁଲି ଚିହ୍ନ ବୋଲି ବିଶ୍ୱାସ ରହିଛି ।  

କିମ୍ବଦନ୍ତୀ କହେ ଏକଦା ପ୍ରେମାନନ୍ଦ ନାମକ  ଜଣେ ଗାଈଆଳ ଆଉଳି ନଦୀକୂଳରେ ଗାଈପଲ ଛାଡ଼ି  ଜଙ୍ଗଲରେ ପଶିଥିବା ବେଳେ ହଠାତ୍‌ ଉକ୍ତ ପାହାଡ଼ରେ  ୨ଟି ଗୁମ୍ଫା ଦେଖିଥିଲେ । ଏହାସହ ଜଣେ ତେଜସ୍ୱୀ  ତପସ୍ୱୀଙ୍କୁ ଗୁମ୍ଫାରେ ଲୀନ ହେବା ଦେଖିଥିଲା । ତପସ୍ୱୀଙ୍କ ଅପେକ୍ଷାରେ ସେ ଅନ୍ନଜଳ ତ୍ୟାଗ କରି ବସି ରହିଥିଲେ ।  ୨୧ ଦିନପରେ ସ୍ୱୟଂ ଭଗବାନ ଅଚ୍ୟୁତ ତାକୁ କୋଳରେ  ଧରି ଆର୍ଶୀବାଦ କରିବା ସହ ଜଗତ କଲ୍ୟାଣରେ  ଲାଗିବାକୁ କହିଥିଲେ । ପ୍ରେମାନନ୍ଦ ମାଧ୍ୟମରେ ଅଚ୍ୟୁତଙ୍କୁ  ପୂଜା କରିବା ସହ ପାହାଡ଼ଟି ମହିମା ଗୁମ୍ଫା ନାମରେ  ପ୍ରସିଦ୍ଧ ହେବ ବୋଲି ଭଗବାନ କହିଥିଲେ ।  

ତ୍ରାହି ଅଚ୍ୟୁତଙ୍କ ଦୂତ ରୂପେ ପୂଜା ପାଇବୁ  ବୋଲି କହିଥିଲେ। ଏହାପରେ ସେଠାରେ  ହି ପ୍ରେମାନନ୍ଦଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ସେବେଠୁ ପ୍ରେମାନନ୍ଦ ଉକ୍ତ ଗୁମ୍ଫାରେ  ପୂଜା ପାଉଛନ୍ତି । ଶୀତ ଦିନେ ବୈଷ୍ଣବ  ଧର୍ମାବଲମ୍ବୀ ଏହି ଗୁମ୍ଫାରେ ଗୁପ୍ତମେଳା  କରୁଥିବା ମଧ୍ୟ ଶୁଣିବାକୁ ମିଳେ। ତେବେ  କାଳକ୍ରମେ ଦୀର୍ଘବର୍ଷ ହେଲା ଉକ୍ତ ଗୁମ୍ଫାରେ  ଅଲେଖ ମହିମା ଧର୍ମାବଲମ୍ବୀ ବର୍ଷତମାମ୍‌ ବିଭିନ୍ନ  ସମୟରେ ହୋମଯଜ୍ଞ କରିଆସୁଛନ୍ତି । ଗୁମ୍ଫାରେ  ପୂଜା କଲେ ମନୋବାଞ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ସମୟରେ ଶ୍ରଦ୍ଧାଳୁ ଏଠାକୁ ଆସି ପ୍ରାର୍ଥନା କରିଥାନ୍ତି । ଆଖପାଖ ବିଭନ୍ନ ଗାଁଲୋକ ଏଠାରେ ହୋମଯଜ୍ଞ  କରୁଥିବା ବେଳେ ମହିମା ବାବା ଧନେଶ୍ୱର ଦାସ ଗୁମ୍ଫାର  ତତ୍ତ୍ୱାବଧାରକ ରହିଛନ୍ତି ।  

ଏହି ପ୍ରାଚୀନ ଗୁମ୍ଫା ବହୁ ଐତିହାସିକ ତଥ୍ୟ ମଧ୍ୟ  ବହନ କରେ । ଗୁମ୍ଫା ନିକଟ ଜଙ୍ଗଲର ବିଭିନ୍ନ ସ୍ଥାନରେ  ପଥର ନିର୍ମିତ ଘର କାନ୍ଥ ଓ ଅସ୍ତ୍ରଶସ୍ତ୍ର ସଦୃଶ ପ୍ରସ୍ତର ଖଣ୍ଡ,  ହାଡ଼  ତିଆରି ମାଳି ଆଦି  ପଡ଼ିଥିବା ଦେଖାଯାଏ । ତେଣୁ ପ୍ରାଗ୍‌ ଐତିହାସିକ ଯୁଗର  ଲୋକେ ଏହି ପଥର ଗୁମ୍ଫାରେ ରହୁଥିଲେ ବୋଲି  ଅନୁମାନ କରାଯାଏ । ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଉକ୍ତ  ଅଞ୍ଚଳର ସର୍ବେକ୍ଷଣ କଲେ ବହୁ ତଥ୍ୟ ଲୋକ ଲୋଚନକୁ  ଆସିବା ସହ ଏକ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା  ପାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.