ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ

Published By : Harapriya Sethi | December 9, 2024 10:39 AM

ତେଲକୋଇ, ୦୯/୧୨: ତେଲକୋଇ ଥାନା ଅଞ୍ଚଳରେ ପୁଣି କଙ୍ଗାରୁ କୋର୍ଟ ଦେଖିବାକୁ ମିଳିଛି । କିଛି ଦିନର ବ୍ୟବଧାନରେ ପୁଣି ଦୁଇ ଜଣ ଧାନ ଚୋରଙ୍କୁ ଧରିଲେ ଗ୍ରାମବାସୀ । ଯୁବକ ଦ୍ୱୟ ଡିମିରିମୁଣ୍ଡା ଗାଁର ବାବୁଲି ପ୍ରଧାନ ଓ ଅଖି ପ୍ରଧାନ ବୋଲି ଜଣାପଡ଼ିଛି । ସେମାନଙ୍କ ମୁହଁରେ କଳା ବୋଳି ଏବଂ ବେକରେ ଜୋତା ମାଳ ପିନ୍ଧାଇ ଗାଁ ବୁଲାଇ କଙ୍ଗାରୁ କୋର୍ଟରେ ଶାସ୍ତି ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଭୀମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗ୍ରାମରେ ରବିବାର ରାତିରେ ଏହି ଘଟଣା ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଡିମିରିମୁଣ୍ଡା ଗ୍ରାମର ସୁରେଶ ପ୍ରଧାନଙ୍କ ଘର ଝରକା ଭାଙ୍ଗି ଗାଁର ଦୁଇ ଜଣ ଯୁବକ ବାବୁଲି ପ୍ରଧାନ ଓ ଅଖି ପ୍ରଧାନ ୮ ବସ୍ତା ଧାନ ଚୋରି କରିଥିଲେ । ପରିବାର ଲୋକେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ବେଳେ ଏହି ଯୁବକ ଦୁଇ ଜଣ ଧାନ ଚୋରି କରିଥିଲେ । ଏହି ସମୟରେ ଶବ୍ଦ ହେବାରୁ ଗାଁକୁ ହାତୀ ପଶି ଆସିଥିବା ଭାବି ପଡୋଶୀ ଘରର ଜଣେ ବ୍ୟକ୍ତି ଟର୍ଚ୍ଚ ମାରି ଦେଖିବାରୁ ଉଭୟ ଯୁବକ ଚୋରି କରୁଥିବା ଦେଖିଥିଲେ । ଏହା ଦେଖି ସ୍ଥାନୀୟଲୋକଙ୍କ ସହାୟତାରେ ଚୋରଙ୍କୁ କାବୁ କରି ରାତିରେ ଗାଁ ମଣ୍ଡପରେ ସାତ ବେଣ୍ଟିଆ କରି ରଖିଥିଲେ । ସୋମବାର ସକାଳୁ ଗ୍ରାମରେ ବିଚାର କରାଯାଇ ଚୋରଙ୍କ ମୁହଁରେ କାଳି, ଚୁନ ଓ ବେକରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି । ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସ ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି । ଅନ୍ୟପଟେ ଏହି ଘଟଣା ପରେ ଗ୍ରାମବାସୀ ପୋଲିସକୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ସୁଦ୍ଧା ପୋଲିସ ଫୋନ୍ ଉଠାଇ ନଥିବା ଅଭିଯୋଗ ହୋଇଛି । 

ସୋମବାର ସକାଳେ ମଧ୍ୟ ପୋଲିସକୁ ଯୋଗାଯୋଗ କରାଯାଇଥିବା ବେଳେ ପୋଲିସ ନ ପହଞ୍ଚି ବାରୁ ଚୋରଙ୍କୁ ନିଜେ ଶାସ୍ତି ଦେଇଥିବା ଲୋକେ ମତ ପ୍ରକାଶ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ପୋଲିସ ପ୍ରଶାସନ ଉପରେ ଲୋକେ ଆସ୍ଥା ହରାଉ ଥିବା ଏହି ଘଟଣାରୁ ପରିଲକ୍ଷିତ ହୋଇଛି । ଅନ୍ୟପଟେ ପୋଲିସ ପ୍ରଶାସନର ଗୋଇନ୍ଦା ଗିରି ଗାଢ଼ ନିଦ୍ରାରେ ଶୋଇଥିବା ଅଭିଯୋଗ ହୋଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.