ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କାଳସର୍ପ ଦୋଷ କୁଣ୍ଡଳୀରେ ଅତ୍ୟନ୍ତ ଅଶୁଭ ଦୋଷ ଭାବରେ ବିବେଚନା କରାଯାଏ । କାଳସର୍ପ ଦୋଷ କାରଣରୁ ଜଣେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ଼ ।ଏହି ଦୋଷର ପ୍ରଭାବ ହେତୁ, ଜଣେ ବ୍ୟକ୍ତିର ଯୋଜନାବଦ୍ଧ କାର୍ଯ୍ୟ ବନ୍ଦ ହୋଇଯାଏ । ଏଥିସହ ତାଙ୍କୁ ସୁଖ, ଧନ ଏବଂ ଶାନ୍ତି ହରାଇବାକୁ ମଧ୍ୟ ପଡେ । ହିନ୍ଦୁ ଧର୍ମରେ ମୌନି ଅମାବାସ୍ୟାର ଏକ ବିଶେଷ ସ୍ଥାନ ରହିଛି। ଏହି ଦିନ ମୌନବ୍ରତ ପାଳନ କରିବା, ପବିତ୍ର ନଦୀରେ ଗାଧୋଇବା ଏବଂ ଧ୍ୟାନ କରିବାର ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସୁଛି।
ପଞ୍ଚାଙ୍ଗ ଅନୁଯାୟୀ, ୨୦୨୫ ମସିହାରେ, ମୌନି ଅମାବାସ୍ୟା ୨୯ ଜାନୁୟାରୀ ୨୦୨୫ ରେ ପାଳନ କରାଯିବ। ମୌନି ଅମାବାସ୍ୟା ଦିନ ଜଣେ ଗାଧୋଇବା ଆବଶ୍ୟକ ଏବଂ ଗରିବମାନଙ୍କୁ ଦାନ କରିବା ଶୁଭ ହୋଇଥାଏ। ଏହା କରିବା ଦ୍ୱାରା ଅନନ୍ତ ଫଳ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ମୌନି ଅମାବାସ୍ୟା ଦିନ କିଛି ପ୍ରତିକାର ପାଇଁ ପରାମର୍ଶ ଦିଆଯାଇଛି, ଯାହା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିବ । ଧାର୍ମିକ ବିଶ୍ବାସ ରହିଛି ଯେ, ଏହି ସମସ୍ତ ସହଜ ଏବଂ ସଠିକ୍ ଉପାୟ ଆପଣାଇବା ଦ୍ବାରା ଜଣେ ବ୍ୟକ୍ତି ଜୀବନରେ ପ୍ରତ୍ୟେକ ସଫଳତା ହାସଲ କରିପାରିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ ବିଷୟରେ । |
ନାଗ-ନାଗୁଣୀଙ୍କ ପୂଜା: ମୌନି ଅମାବାସ୍ୟା ଦିନ ରୂପାର ନାଗ-ନାଗୁଣୀକୁ ପୂଜା କରିବା ଶୁଭ ବୋଲି ମନାଯାଏ। ସାପକୁ ପୂଜା କରିବା ପରେ ସେମାନଙ୍କୁ ଏକ ପବିତ୍ର ନଦୀରେ ବସର୍ଜନ କରାଯିବା ଉଚିତ୍। କୁହାଯାଏ ଯେ ଏହା ରାଶିଫଳରେ କାଳସର୍ପ ଦୋଷକୁ ହଟାଇବାର ସମ୍ଭାବନା ବଢାଇଥାଏ ଏବଂ ଶୁଭ ଫଳାଫଳ ମିଳିଥାଏ ।
ସ୍ନାନ-ଧ୍ୟାନ ଏବଂ ଶିବ ପୂଜା: ମୌନି ଅମାବାସ୍ୟା ଦିନ ପବିତ୍ର ନଦୀରେ ସ୍ନାନ କରି ଧ୍ୟାନ କରନ୍ତୁ ଏବଂ ଏହା ପରେ ଭଗବାନ ଶିବଙ୍କ ତାଣ୍ଡବ ସ୍ରୋତକୁ ବିଦ୍ଧି ପୂର୍ବକ ପାଠ କରନ୍ତୁ। ଏକ ଧାର୍ମିକ ବିଶ୍ୱାସ ଅଛି ଯେ ଏହା କରିବା ଦ୍ୱାରା ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ଏବଂ କାଳସର୍ପ ଦୋଷ ମଧ୍ୟ କଟିଥାଏ।
ତୁଲସୀଙ୍କ ପୂଜା: ଧାର୍ମିକ ବିଶ୍ୱାସ ଅନୁଯାୟୀ, ମୌନି ଅମାବାସ୍ୟା ସନ୍ଧ୍ୟାରେ ତୁଲସୀ ନିକଟରେ ଏକ ଘିଅ ଦୀପ ଜାଳନ୍ତୁ ଏବଂ ତୁଳସୀ ଗଛର ଚାରିପଟେ ୧୦୮ଥର ପରିକ୍ରମା କରନ୍ତୁ। ଏହା କରିବା ଦ୍ୱାରା ଜଣେ ବ୍ୟକ୍ତି ଜୀବନର ସମସ୍ତ ଅସୁବିଧାରୁ ମୁକ୍ତି ପାଇପାରିବ । ଅମାବାସ୍ୟା ଦିନରେ ଏହି ପ୍ରତିକାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ଆପଣ ମଧ୍ୟ ଏହି ଘିଅ ଦୀପକୁ ଉତ୍ତର-ପୂର୍ବ ଦିଗରେ ଲଗାଇ ପାରିବେ ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ: ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଭଗବାନ ଶିବଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୧୦୮ ଥର ଜପ କରି ଶିବଲିଙ୍ଗଙ୍କୁ ପଞ୍ଚାମୃତରେ ଅଭିଷେକ କରନ୍ତୁ । ଏହାଦ୍ବାରା ଜଣେ ବ୍ୟକ୍ତି ଧନ, ଖୁସି ଓ ସମୃଦ୍ଧତା ହାସଲ କରିପାରିବ । ଏଥିସହ ଜଣେ ବ୍ୟକ୍ତି କାଳସର୍ପ ଦୋଷରୁ ମୁକ୍ତି ପାଇପାରିବ ।