ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ବିନାୟକ ଚତୁର୍ଥୀ; ଜାଣନ୍ତୁ ଶୁଭ ମୂହୁର୍ତ୍ତ ଓ ପୂଜାବିଧି

Published By : Anindita | January 31, 2025 10:54 AM

ବିନାୟକ ଚତୁର୍ଥୀ ହିନ୍ଦୁ ଧର୍ମର ଏକ ମହତ୍ତ୍ବପୂର୍ଣ୍ଣ ପର୍ବ ଅଟେ। ଏହି ପ୍ରବ ଭଗବାନ ଗଣେଷଙ୍କୁ ସମର୍ପିତ । ଏହି ପ୍ରବ ପ୍ରତି ମାସ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି ପାଳନ କରାଯାଏ। ଭଗବାନ ଗଣେଷଙ୍କୁ ବିଘ୍ନହର୍ତ୍ତା  କୁହାଯାଏ ଓ ବିଶ୍ବାସ ରହିଛି ଯେ ତାଙ୍କର ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ବାଧାବିଘ୍ନ ଦୂର ହୋଇଥାଏ।  ଗଣେଷ ପ୍ରଭୁ ବୁଦ୍ଧିର ଦେବତା । ତାଙ୍କର ପୂଜା କଲେ ବୁଦ୍ଧିର ବିକାଶ ମଧ୍ୟ ହୋଇଥାଏ ଏବଂ ଘରେ ସୁଖ -ସମୃଦ୍ଧି ଲାଭ ହୋଇଥାଏ। ସେହିପରି କିଛି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଷଙ୍କ ପୂଜା କରାଯାଇଥାଏ। 

ହିନ୍ଦୁ ଧର୍ମ ଅନୁସାରେ, ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଫେବୃଆରୀ ୧ ଅର୍ଥାତ୍ ଆସନ୍ତାକାଲି ସକାଳ ୧୧ଟା ୩୮ ମିନିଟରୁ ଆରମ୍ଭ ହୋଇ ୨ ଫେବୃଆରୀ ୯ ଟା ୧୪ ମିନିଟରେ ଶେଷ ହେବ । ଉଦୟା ତିଥି ଅନୁସାରେ ବିନାୟକ ଚତୁର୍ଥୀର ବ୍ରତ ଚଳିତ ଥର  ୧ ଫେବୃଆରୀ ୨୦୨୫ ଦିନ ଶନିବାର ଦିନ ହିଁ ପାଳନ କରାଯିବ। 

ବିନାୟକ ଚତୁର୍ଥୀ ପୂଜା ବିଧି

ବିନାୟକ ଚତୁର୍ଥୀ ଦିନ  ପ୍ରଥମେ ସକାଳୁ ଶୀଘ୍ର ଉଟି ସ୍ନାନ କରିବା ପରେ  ଗଣେଶଙ୍କ ପୂଜାର ସଂକଳ୍ପ ନିଅନ୍ତୁ । ସେହିପରି ଗଣେଶଙ୍କ ମୂର୍ତ୍ତିକୁ ଗଙ୍ଗାଜଳରେ ସ୍ନାନ କରାଇ ତାଙ୍କୁ ଚନ୍ଦନ, ସିନ୍ଦୁର ଲଗାନ୍ତୁ । ଏଥିସହ ଗଣେଶଙ୍କ ବିଭିନ୍ନ ମନ୍ତ୍ରକୁ ଜପ କରନ୍ତୁ । ସେହିପରି ଗଣେଶଙ୍କୁ ନିଜ ଶ୍ରଦ୍ଧା ଅନୁସାରେ ୧୧,୨୧,୫୧ ଓ ୧୦୮ ଦୂବ ଅର୍ପଣ କରନ୍ତୁ । ଭଗବାନ ଗଣେଶଙ୍କୁ ଏହି ଦିନ ମୋଦକର ମଧ୍ୟ ଭୋଗ ଲଗାନ୍ତୁ । ପୂଜା ପରେ ଗରିବଙ୍କୁ ଦାନ କରନ୍ତୁ । ଏଭଳି କରିବା ଦ୍ବାରା ଭଗବାନ ଗଣେଶଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି। 

ବିନାୟକ ଚତୁର୍ଥୀରେ କ'ଣ ସବୁ ନ କରିବା ଉଚିତ୍

ବିନାୟକ ଚତୁର୍ଥୀରେ କାହାର ବି ନିନ୍ଦା କରନ୍ତୁ ନାହିଁ। କୌଣସି ବି ବ୍ୟକ୍ତି ଉପରେ କ୍ରୋଧ କରନ୍ତୁ ନାହିଁ ଓ ମିଛ ମଧ୍ୟ କୁହନ୍ତୁନି । ସେହିପରି ଏହି ପିଆଜ ରସୁଣ ଆଦି ଖାଆନ୍ତୁନି । ନିଜ ମନରୁ ନକରାତ୍ମକ ବିଚାରକୁ ଆଣନ୍ତୁ ନାହିଁ। 

ବିନାୟକ ଚତୁର୍ଥୀରେ କ'ଣ ସବୁ ଖାଇବା ଉଚିତ୍

ଆପଣ ଏହି ଦିନ ବିଭିନ୍ନ ପ୍ରକାର ଫଳ ଯେପରି ସେଉ, କଦଳୀ,ଅଙ୍ଗୁର ଓ କମଳା ଆଦି ଖାଇପାରିବେ । ସେହିପରି ଦୁଧ ଜାତୀୟ ଦ୍ରବ୍ୟ କ୍ଷୀର ,ଦହି ,ପନିର ଆଦି ସେବନ କରିପାରିବେ । ସେହିପରି କିସମିସ,ବାଦାମ,କାଜୁ ଭଳି ସୁଖା ଫଳ ମଧ୍ୟ ଖାଇପାରିବେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.