ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

କେବେ ପାଳନ କରିବେ ଜୟା ଏକାଦଶୀ ? ଜାଣନ୍ତୁ ସଠିକ୍ ତିଥି ଓ ସମୟ...

Published By : Anindita | January 30, 2025 10:54 AM

ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତି ମାସ ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷର ଏକାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ପୂଜା ଓ ବ୍ରତ କରିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଏକାଦଶୀ ବ୍ରତ ପାଳନ କରିବା ଦ୍ବାରା ଶ୍ରୀ ହରି ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାଏ। ଏହା ବ୍ୟତୀତ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ। ସେହିପରି ମାଘମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥିରେ ଜୟା ଏକାଦଶୀର ବ୍ରତ ପାଳନ କରାଯାଏ । 

ବୈଦିକ ପଞ୍ଚାଙ୍ଗ ଅନୁସାରେ , ମାଘ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥିର ଆରମ୍ଭ  ଫେବୃଆରୀ ୭ ତାରିଖର  ରାତି ୯ଟା ୨୬ ମିନିଟରୁ ହେବ । ସେହିପରିପରଦିନ  ଅର୍ଥାତ ୮ ଫେବୃଆରୀ  ରାତି ୮ ଟା ୧୫ ମିନିଟରେ ଶେଷ ହେବ । ଉଦୟା ତିଥି ଅନୁସାରେ ଚଳିତ ଥର ଜୟା ଏକାଦଶୀ ବ୍ରତ ୮ ଫେବୃଆରୀ ପାଳନ ହେବ । ତେବେ ପଞ୍ଚାଙ୍ଗ ଅନୁସାରେ ଏକାଦଶୀ ବ୍ରତ ପାଳନ ପରଦିନ ଅର୍ଥାତ ଦ୍ବାଦଶୀ ତିଥିରେ କରାଯାଏ । ଏନେଇ ଜୟା ଏକାଦଶୀ ୯ ଫେବୃଆରୀରେ ପାଳନ କରାଯିବ । ଏଥିପାଇଁ ଶୁଭ ମୁହୁର୍ତ୍ତର ଆରମ୍ଭ  ସକାଳ ୭ଟା ୪ ମିନିଟିରୁ  ଆରମ୍ଭ ହୋଇ ୯ଟା ୧୭ ମିନିଟ ଯାଏଁ ରହିବ । ଏହି ସମୟରେ ବ୍ରତର ପାଳନ କରାଯାଇପାରିବ । 

ଜୟା ଏକାଦଶୀ ବ୍ରତ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ସମର୍ପିତ। ମାନ୍ୟତା ରହିଛି ଯେ, ଏହି ବ୍ରତ କରିବା ଦ୍ବାରା ବ୍ୟକ୍ତିର ଜୀବନରେ ରୋଗ ଦୂର ହୋଇ ଆରୋଗ୍ୟ ପ୍ରାପ୍ତି ହୋଇଥାଏ। ଏଥିସହ ଏହି ବ୍ରତ କରିବା ଦ୍ବାରା ବ୍ୟକ୍ତିକୁ ପାପରୁ ମୁକ୍ତି ମିଳିଥାଏ ଓ ବ୍ୟକ୍ତି ବୈକୁଣ୍ଠ ଧାମ ପ୍ରାପ୍ତ କରିଥାଏ। ଏହା ବ୍ୟତୀତ ଏକାଦଶୀ ତିଥି ନାମରୁ ହିଁ ଜଣାପଡ଼ିଥାଏ ଯେ ଏହି ବ୍ରତଦ୍ବାରା ବ୍ୟକ୍ତି ଜଣକ ସବୁ କାର୍ଯ୍ୟରେ ବିଜୟ ଲାଭ କରିଥାଏ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.